-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2024
(ମିହିର ଶଙ୍କର ପାତ୍ର,)
ଦେବକୀନନ୍ଦନ ଠାକୁର ଙ୍କୁ ସମର୍ଥନ ଜଣାଇ , ସନାତନ ବୋର୍ଡ ଗଠନ ପାଇଁ ଓ ଓ୍ବାକ ବୋର୍ଡ ବିରୋଧରେ ଝରିଗାଁ ରେ ପ୍ରତିବାଦ କରାଯାଇଛି। ଏହି ଅବସରରେ ଝରିଗାଁ ସୁରକ୍ଷା ସମିତି ଦ୍ବାରା ଅନୁଷ୍ଠିତ ଝରିଗାଁ ଛକରେ ଏକ ସାଧାରଣ ସଭାରେ ଯୋଗଦେଇ ଓ୍ବାକ ବୋର୍ଡ ବିରୋଧରେ ବର୍ଷିଲେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ସୌଭାଗ୍ୟ ବାବା, ନବରଙ୍ଗପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସଭାପତି କୃପାରାମ ସାହୁ, ସଂପାଦକ ବାଳକୃଷ୍ଣ ପଟ୍ଟନାୟକ ଏବଂ ହିନ୍ଦୁ ମହାସଂଘ କାର୍ଯ୍ୟକାରିଣୀ ସଭ୍ୟ ବିମଳ ପଟ୍ଟନାୟକ। ଆଜି ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ହିନ୍ଦୁ ମହାସଂଘ ଜିଲ୍ଲା ସଂପାଦକ ପିଣ୍ଟୁ ଠାକୁର, ଗିରିଜା ପଟ୍ଟନାୟକ, ଉପେନ୍ଦ୍ର ନାଗ, ପ୍ରଫୁଲ୍ଲ ପ୍ରଧାନୀ, ଅନିଲ ଜୈନ, ସୌମେନ୍ଦ୍ର ଦାଶ, ଥବିର ପନକା, ଭିକି ରଥ, ଗଣେଶ ସରକାର ଏବଂ ଅନ୍ୟମାନେ। କଲେଜ ଛାତ୍ର ଛାତ୍ରୀ ଏବଂ ସଚେତନ ନାଗରିକ ମାନେ ଏହି କାର୍ଯ୍ୟକ୍ରମ କୁ ସମର୍ଥନ ଜଣାଇଥିଲେ। ଝରିଗାଁ ବିଡ଼ିଓ ଙ୍କ ମାଧ୍ୟମରେ ଭାରତର ଯଶଃସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦୀଜୀଙ୍କୁ ସନାତନ ବୋର୍ଡ ଗଠନ ପାଇଁ ଏକ ନିବେଦନ ପତ୍ର ପ୍ରଦାନ କରା ଯାଇଥିଲା।