-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ଅତାବିରା (ଆକାଶ ମିଶ୍ର): ଆଞ୍ଚଳିକ ଜନକଲ୍ୟାଣ ଭିନ୍ନ କ୍ଷମ ସଂଗଠନ ଭେଡେନ ର ସଭାପତି ବସନ୍ତ କୁମାର ଭୋଇ କଂ ତତ୍ବାବଧାନରେ ଏକ ରକ୍ତ ଦାନ ଶିବିର ତାଲମେଣ୍ଡା ପଞ୍ଚାୟତ ଆଫିସ ଠାରେ ଅନୁଷ୍ଠିତ ହୋଇ ଥିଲା।ଏଠାରେ ୨୨ ୟୁନିଟ ରକ୍ତ ସଂଗ୍ରହ କରାଗଲା। ଏଥିରେ ମୁଖ୍ଯ ଅତିଥି ପାଓ୍ଵାର ଅଫ୍ ଦିବ୍ଯାଗଂସ୍ ବରଗଡ଼ ସଂଗଠନ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରଓ୍ୱାଲ,ଉପ ସଭାପତି ଅଶୋକ ଅଗ୍ରଓ୍ୱାଲ, ସଂପାଦକ ମେଘନାଦ ସାହୁ। ସମ୍ମାନୀତ ଅତିଥି ଅରୁପା ପଧାନ ଓ ଡାକ୍ତର ମାଝି ଉପସ୍ଥିତ ଥିଲେ।
ଏଣୁ ଶିବିର ରେ ପୂର୍ଣ୍ଣ ସହଯୋଗ କରିଥିଲେ ସଂଗଠନ ର ଚକ୍ରମଣି ଭୋଇ, ଦୀପକ କୁମାର ଭୋଇ, ସୁରେନ୍ଦ୍ର ପଟେଲ, ଧୁବଲେଶ୍ବର ବଗର୍ତ୍ତୀ, ତରଣି ସୁନା, ଫିରୋଜ ଚିରଗୁନ, ସୁ ସାନ୍ତ୍ବନା ମେହେର, ଲକ୍ଷ୍ମୀ ମେହେର, ପ୍ରମୋଦ ମେହେର, କୁନି କୁଦେଇ, ସୁରଭି ମେହେର, ବିରକିଶୋର ବାଦି, ସୁମନ୍ତ ପଧାନ, ମନୋଜ ଛୁରିଆ, ଓ ତାଲମେଣ୍ଡା ପଞ୍ଚାୟତ ଆଫିସ ର ସରପଂଚ ତାଙ୍କର ସମସ୍ତ କାର୍ୟ୍ଯ କର୍ତାଙ୍କ ଉପସ୍ଥିତ ରେ ଶିବିର ସାଫଲ୍ଯ ହୋଇଥିଲା।