-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
:(ନିରଞ୍ଜନ ତ୍ରିପାଠୀ)-ଆଜି ତା ୦୪.୧୧.୨୦୨୪ ରିଖ ପ୍ରାତଃ ୮ ଘ. ସମୟ ରେ ବରିଷ୍ଠ ଗୋଷ୍ଠି ଶିକ୍ଷା ଅଧିକାରୀ,ଧନକଉଡ଼ା ଶ୍ରୀମତୀ ସେବାଶ୍ରୀ ଭୋଇ ସ୍ଥାନୀୟ ୱାର୍ଡ଼ ନ ୩୬ ଅନ୍ତର୍ଗତ ଭତରା ଗ୍ରାମରେ ପହଞ୍ଚିଥିଲେ l ବିଦ୍ୟାଳୟ କୁ ନିୟମିତ ଯାଉନଥିବା ଛାତ୍ର ଛାତ୍ରୀଙ୍କ ଘର କୁ ଘର ଯାଇ ପିତା ମାତାଙ୍କ ସହ ଆଲୋଚନା କରିଥିଲେ ଓ ସମସ୍ୟା ବୁଝିଥିଲେ। ଅମନ ନାୟକ, ଭରତ ହରି, ଖଗେଶ୍ବର ନାୟକ, ଓମ୍ ରଣା, ପ୍ରଭାତ ନାୟକ ଆଦି ଙ୍କ ପିତାମାତା ପିଲାଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ସୁମିତ୍ ନାୟକ ନାମକ ଏକ ଶିଶୁ ନାମ ଲେଖାଇ ନଥିବା ଜାଣି ତା ଘରେ ପହଞ୍ଚି ତା ନlମ ସରକାରୀ ଉପ୍ରା ବିଦ୍ୟାଳୟ ଭତରାରେ ଲେଖାଇବା ବ୍ୟବସ୍ଥା ତୁରନ୍ତ କରିଥିଲେ। ବି. ଆର. ସି. ସି ରମେଶ ମିଶ୍ର, ସି. ଆର. ସି .ସି ବେଞ୍ଜୁ ରାଣୀ ବେହେରା ପହଞ୍ଚି ଶିଶୁଙ୍କ ନାମ ଲେଖାଇଥିଲେ ଏବଂ ପୁସ୍ତକ, ପୋଷାକ ଯୋଗାଇ ଦେଇଥିଲେ। ପୁରବ ହରି ନାମକ ଏକ ଶିଶୁ ଗୋଡରେ ହୋଇଥିବା କ୍ଷତ ଯୋଗୁଁ ଦୀର୍ଘ ଦିନ ସ୍କୁଲ ଯାଉନଥିବା ଜାଣି ତା କ୍ଷତର ପଟି ଖୋଲି ଦେଖିଥିଲେ ଓ ସ୍ଵାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରି ଔଷଧ ବ୍ୟବସ୍ଥା କରିଥିଲେ। ପିଲାଟି ସୁସ୍ଥ ହୋଇ ବିଦ୍ୟାଳୟ ଯିବା ପାଇଁ ପ୍ରସ୍ତୁତ ହୋଇ, ବିଦ୍ୟାଳୟ ଅଭିମୁଖେ ଯିବା ଖୁବ୍ ସୁନ୍ଦର ପ୍ରୟାସ ଅଟେ। ଉପରୋକ୍ତ କାର୍ଯ୍ୟରେ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲୋକିତା ଦାସ, ଶିକ୍ଷୟିତ୍ରୀ ରଚନା ସିଂ, ଶିଶୁ ସୁରକ୍ଷା କମିଟିର ସଦସ୍ୟl ରଜନୀ ମହାନନ୍ଦ, ଆଶା କର୍ମୀ ମିନାକ୍ଷୀ ନାୟକ ସହଯୋଗ କରିଥିଲେ।