-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼/ଅମ୍ବାଭୋନା:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୁକ୍ତା ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ - ୨୦୨୪ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ , ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ବାଗ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ଏବଂ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ ଯୋଗ ଦେଇଥିଲେ।।ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏବିଇଓ ଶ୍ରୀଯୁକ୍ତ ସିଂ ସୁରଭି ମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଚାର୍ଯ୍ୟ ଶିଶୁମାନେ ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପ୍ରୟାସ କରିବା ଉଚିତ ବୋଲି ମତ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାହୁ ଶିଶୁ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ବ୍ଲକର ସମସ୍ତ କ୍ଲଷ୍ଟରର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ତର୍କ, ପ୍ରବନ୍ଧ, କୁଇଜ୍, ହସ୍ତଲିଖନ, ଚିତ୍ରାଙ୍କନ, ପିଏମ୍ ପୋଷଣ ଚିତ୍ରକଳା, ବକ୍ତୃତା, ସୃଜନଶୀଳ ଲିଖନ ,ଗଳ୍ପ କଥନ, ଅଙ୍କ ଦୌଡ, ଗଣିତ କୁଇଜ୍, ନୃତ୍ୟ ଓ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ସମାରୋହରେ ସି ଆର ସି ସି ପୁନୀରାମ ଗଣ୍ଡ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଆକୁଳ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ଭାବନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ପ୍ରଶିକ୍ଷକ ଜନକ ସେଠ୍ , ଗଗନ ବେହେରା ଓ ବରୁଣ କୁମ୍ଭକାର,ଜିଲ୍ଲା ପରିଷଦ ସଦସ୍ୟା ନୀଳ କୁମାରୀ ନାଏକ,ଭୁକ୍ତା ସରପଞ୍ଚ ବଳରାମ ବିଶର , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମୋହନ ସିଂ ପଟେଲ , ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ ମଞ୍ଚାସୀନ ହୋଇ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଶିକ୍ଷକ ଶ୍ୟାମ କୁମାର ନାଏକ, ମିଳନ ପଟେଲ,ସ୍ଵାଧୀନ ସାହୁ, ପ୍ରେମଜିତ ସୁନା,ଭୈରବନାଥ ପଟେଲ, ମୀନକେତନ ଥପା,ଗୋଲେକ ପଧାନ, ରଞ୍ଜନ ଭୁଏ, ସଞ୍ଜୀବ ସା, ଆକୁଳ ବାଗ,ସଞ୍ଜୟ ଖମାରୀ, ଶାନ୍ତନୁ କୁମାର ମିଶ୍ର,ସିଦ୍ଧାର୍ଥ ଶଙ୍କର ପ୍ରଧାନ,ବଳରାମ ଦରଦମେଘ,ବବଲି ଭେସ୍ରା, ଇନ୍ଦୁ ବଘେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସି ଆର ସିସି ପୁନୀରାମ ଗଣ୍ଡ, ସୁଶାନ୍ତ ପ୍ରଧାନ, ରାମେଶ୍ବର ଭୋଇ, ଚୌଧୁରୀ ପାତ୍ର,କେଦାର ନାଏକ ଏବଂ ଅମ୍ବାଭୋନା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସି ଆର ସି ସି ସକ୍ରିୟ ସହଯୋଗ କରିଥିଲେ। ଉଦଯାପନୀ ଉତ୍ସବରେ ସି ଆର ସି ସି କେଦାର ନାଏକ ଏବଂ ରାମେଶ୍ବର ଭୋଇ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।