-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉପ ଜିଲ୍ଲାପାଳଙ୍କ ନିର୍ବାଚନ ବିଭାଗ ଦ୍ଵାରା ଭୋଟର ତାଲିକାରେ ନୂତନ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଯୁବ ଛାତ୍ର ଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଠି କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ରିଲ୍ ପ୍ରସ୍ତୁତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ୫୦ ରୁ ଉଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ୩୦ ରୁ ୪୦ ସେକେଣ୍ଡ ମଧ୍ୟରେ ଏକ ଭିଡିଓ ଡାଇଲଗ୍ ପ୍ରସ୍ତୁତି କରିବାକୁ ହୋଇଥିଲା । ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇ ‘ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି’ ଓ ଯୁବ ଛାତ୍ର ଛାତ୍ରୀ ଚାହିଁଲେ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମତ ଦେଇଥିବା ବେଳେ ମୁଖ୍ୟ ଅତିଥୁ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଜିତ କୁମାର ମିର୍ଦ୍ଧା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ ହେବା ସହ ପ୍ରତିଯୋଗୀତାରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ବୀରମହାରାଜପୁରଙ୍କ କାର୍ଯ୍ୟାଳୟର ପ୍ରସାସନିକ ଅଧିକାରୀ ବୃନ୍ଦ, ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିବା ସହ ଅଧ୍ୟାପିକା ଦେବଜାନୀ ମେସୁଆ ସ୍ବାଗତ ଭାଷଣ ଦେଇଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।