-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ତେନ୍ତୁଳିଖୁଣ୍ଟି ବ୍ଳକ୍ ଅନ୍ତର୍ଗତ ବାଗନାଗୁଡାର ଗଣେଶ ମଣ୍ଡପ ଠାରେ ନବରଙ୍ଗପୁରର ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ କ୍ଷିରୋଦ ଚନ୍ଦ୍ର ବିଷୋୟୀ ଓ ନୀଳ କଣ୍ଠ ବିଷୋୟୀଙ୍କ ପ୍ରତିନିଧିତ୍ୱ ଏବଂ ସଂଯୁକ୍ତା ବିଷୋୟୀ ଓ ଦଶମୁ ପାତ୍ରଙ୍କ ପୈାରୋହିତ୍ୟରେ ଛୟାଳିଶ ତମ ପରିବାର କଲ୍ୟାଣ ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇ ଅଛି।ଶିବ ମନ୍ଦିରରେ ଅଶ୍ୱତ୍ଥ ବୃକ୍ଷ ରୋପଣ ପରେ ମହା ସମାରୋହରେ ମାଝୀଗୁଡା (କଙ୍ଗରା)ର ଥୁଆ କିଶୋର ସଂକୀର୍ତ୍ତନ ମଣ୍ଡଳୀ ଓ ପାତ୍ରପୁଟ ଖୁଟୁଗୁଡାର କିଶୋରୀ ମାନଙ୍କର ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳୀର ମିଳିତ ନଗର ସଂକୀର୍ତ୍ତନ ପରିକ୍ରମା ଓ କଳସ ଯାତ୍ରା ଆରମ୍ଭ ହୋଇ ରଶ୍ମି ରଞ୍ଜନ ପଦ୍ଧତି ପରେ ସତ୍ ସଙ୍ଗ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଆଶ୍ରମ ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ଜୟନ୍ତୀକୁ ପରିବାର କଲ୍ୟାଣ ଦିବସ ରୂପେ ପାଳନ କରା ଯାଏ ଓ ଆମ ବସୁଧୈବ କୁଟୁମ୍ବକମ୍ ପରିବାରର କଲ୍ୟାଣ ନିମନ୍ତେ ସ୍ନେହ,ପ୍ରେମ,ଆଦର ଓ ଏକତା ସୂତ୍ରରେ ଆବଦ୍ଧ ଏକ ଶକ୍ତିଶାଳୀ ରାଷ୍ଟ୍ର ବା ପରିବାର ନିର୍ମାଣ ହେବା ଆବଶ୍ୟକ ବୋଲି ବ୍ୟକ୍ତ କରିଛନ୍ତି। ମୁଖ୍ୟ ବକ୍ତା ତଥା ଜୟପୁର ସ୍ଥିତ ସାହିତ୍ୟ ଅନୁଷ୍ଠାନ ତରୁଣ ପ୍ରଜ୍ଞା ଭାରତୀର ସଭାପତି ଓ ପ୍ରାପ୍ତାବସର ପ୍ରଧାନ ଶିକ୍ଷକ ତପନ କିରଣ ତ୍ରିପାଠୀ ଗୁରୁଙ୍କ ପରାମର୍ଶ ବା ଆଦେଶ ପାଳନରେ ବ୍ୟତିକ୍ରମ କଲେ ଆମକୁ ବଡ ଧରଣର କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ ବୋଲି ନିଜର ପ୍ରତ୍ୟକ୍ଷ ଅନୁଭୂତିକୁ ଅଭିବ୍ୟକ୍ତ କରିଛନ୍ତି। ମୁଖ୍ୟ ଅତିଥି ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ହିନ୍ଦୁ ମହା ସଂଘର ସଭାପତି ଜଗନ୍ନାଥ ଶତପଥୀ ଭିନ୍ନ ଭିନ୍ନ ସ୍ବାଦ ଓ ବାସ୍ନା ଯୁକ୍ତ ଦ୍ରବ୍ୟର ମିଳିତ ସମଷ୍ଟି ହେଉଛି- "ଆଚାର" କାହାର ବା ପ୍ରିୟ ନୁହେଁ ? ଅନୁରୂପ ଭାବେ ଭିନ୍ନ ସ୍ବାଦର ଅନେକ ସଦସ୍ୟଙ୍କ ପ୍ରେମ ପୂର୍ଣ୍ଣ ସହାବସ୍ଥାନ ହିଁ ପ୍ରକୃତ ପରିବାର ବୋଲି ଉଦ୍ ବୋଧନ ଦେଇଛନ୍ତି। ନବରଙ୍ଗପୁର ପେରେଣ୍ଟସ୍ ପ୍ରାଇଡ୍ ସ୍କୁଲର ଅଧ୍ୟକ୍ଷ ତଥା ବିଜେପିର ସକ୍ରିୟ ସଦସ୍ୟ ଏବଂ ସମ୍ମାନିତ ବକ୍ତା ଏ. ସୁରେଶ ଶାସ୍ତ୍ରୀ, ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବିକାଶରେ ସହାୟକ ହେବା, ଆଶ୍ରମର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ କ୍ରମରେ ସାମିଲ ହୋଇ ଭଲ ମଣିଷଟିଏ ହେବା ନିମନ୍ତେ ଆଗେଇ ଆସିବା ପାଇଁ ଉଦ୍ ବୋଧନ ଦେଇଛନ୍ତି। ଇତ୍ୟବସରରେ ଗ୍ରାମର ଭକ୍ତିମତୀ ମହିଳା ପୁଷ୍ପାଞ୍ଜଳି ବିଷୋୟୀଙ୍କୁ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ସମ୍ମାନିତ କରିଛନ୍ତି।ଭଜନ, କୀର୍ତ୍ତନ, ପ୍ରସାଦ ବଣ୍ଟନ ଓ ଶିବ ମନ୍ଦିରରେ ସାମୂହିକ ଆନନ୍ଦ ବଜାର ପ୍ରସାଦ ସେବନ ପରେ ଗତ ଅକ୍ଟୋବର ଦୁଇ ତାରିଖ ଠାରୁ ବାଗନାଗୁଡାରେ ଆରମ୍ଭ ହୋଇ ଥିବା ରଶ୍ମି ରଞ୍ଜନ ଜୟନ୍ତୀ ଓ ପରିବାର କଲ୍ୟାଣ ଦିବସ ଉତ୍ସବ ଆଜି ସମାପନ ହେଲା। ଏହି ଭବ୍ୟ ଉତ୍ସବ ପରିଚାଳନାରେ ବିଭିନ୍ନ କ୍ଷେତ୍ରରେ ଚିତ୍ରସେନ ବିଷୋୟୀ,କମଳୁ ବିଷୋୟୀ, ରଞ୍ଜିତ ବିଷୋୟୀ, ଇନ୍ଦୁମତୀ ପାଢ଼ୀ, ସରସ୍ୱତୀ ବିଷୋୟୀ, ରୀତାଞ୍ଜଳି ବିଷୋୟୀ,ଲଛମନ ଭତ୍ରା,ବାବୁଲି ପୁଜାରୀ,ଅନନ୍ତ ବିଷୋୟୀ, ଆୟୁଷ୍ମାନ୍ ପୁଜାରୀ,ମୁରଲୀ ଗୈାଡ,ଠଣ ଗୈାଡ, ସନ୍ତୋଷ କୁମାର ପୁଜାରୀ ପ୍ରମୁଖ ସହଯୋଗ କରିଛନ୍ତି