-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଯୁକ୍ତ ଦୁଇ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। କଲେଜ ଅଧକ୍ଷ ଭୋଳାନାଥ କର୍ମୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କାର୍ଯ୍ୟକ୍ରମ ଅଧିକରୀ ସଞ୍ଜୟ କୁମାର ମେଣ୍ଡିଲି ସଭାର ଉଦେଶ୍ୟ ଜ୍ଞାପନ କରି ଜାତୀୟ ସେବା ଯୋଜନାର ଇତିହାସ ଓ ଉଦେଶ୍ୟ ସମ୍ପର୍କରେ ସ୍ୱଚ୍ଛାସେଵୀ ମାନଙ୍କୁ ଅବଗତ କରାଇଥିଲେ । ଅଧ୍ୟାପକ ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଧ୍ୟlପିକା ପ୍ରଜ୍ଞା କଳ୍ପିତା ନାୟ , ଅର୍ପିତା ନାୟକ ଏବଂ ମିତା ପଧାନ ଉପସ୍ଥିତ ରହିଥିବା ବେଳେ ଦିଲୀପ କୁମାର ମେହେର ଓ ଶମ୍ବୁ ପ୍ରସାଦ ସାହୁ ସହଯୋଗ କରିଥିଲେ। କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।