-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି |ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଏନଏସଏସ ର ସ୍ୱେଚ୍ଛାସେବୀ ହେବା ସୌଭାଗ୍ୟ କଥା ଏବଂ ଏହା ଗାଉଁଲି ଜୀବନଠୁ ସହରୀ ଜୀବନ ବଞ୍ଚିବାର ଶୈଳୀ ଶିକ୍ଷା ଦିଏ । ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନ୍ୟର ସେବା କରିବାରେ ନିଜକୁ ନିୟୋଜିତ କଲେ ମଣିଷ ଜୀବନ ସାର୍ଥକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ବିଜୟ କୁମାର ପୁରୋହିତ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଏବଂ ମଣିଷ ଜୀବନରେ ସେବାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅଧ୍ୟାପକ ଶିବ କୁମାର ପୁରୋହିତ, ଜିତେନ୍ଦ୍ର କୁମାର ସାହୁ, ସିଦ୍ଧେଶ୍ୱର ତ୍ରିପାଠୀ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଅନ୍ୟ କୁ ସେବାକରିବା ଓ ଜାତୀୟ ସେବଯୋଜନାର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ସେବା ଯୋଜନା ସଂଚାଳିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ସୃଜନୀକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୀରମହାରାଜପୁର ମହାବିଦ୍ୟାଳୟ ସେବା ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ, ରକ୍ତ ଦାନ ଶିବିର ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ।