-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବଲାଙ୍ଗିର ୨୫/୦୯ ( ପ୍ରେରଣା ଖବର ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅଗ୍ନି ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଇଁତଲା ଅଗ୍ନିଶମ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଆମର ସିଂ ଭୋଇ, ହାବିଲଦାର ସୂର୍ଯ୍ୟକାନ୍ତ ସାହୁ, ଆଗ୍ନିକ ଦିବାକର ପଟ୍ଟନାୟକ, ରାଧେଶ୍ୟାମ ସାହୁ, ବୁଦ୍ଧଦେବ ପ୍ରଧାନ, ଇନ୍ଦ୍ରଜିତ ଭୋଇ ପ୍ରମୁଖ ଉପସ୍ଥିତ ରହି ନିଆଁର ବର୍ଗିକରଣ, ବିଭିନ୍ନ ପ୍ରକାର ନିଆଁ ଲିଭାଇବା କୋୖଶଳ, ବିଜୁଳି ପ୍ରତି ସାବଧାନ, ସର୍ପ ଦଂଶନରୁ ସୁରକ୍ଷା ତଥା ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ ଡେମଷ୍ଟେସନ ମଧ୍ୟରେ ଛାତ୍ରଛାତ୍ରୀ , ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରିଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, , କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ନନ୍ଦ, ସମୀର ସେଠି, ଦୀପକ ସେନ ଧରୁଆ, ହିମାଂଶୁ ଶେଖର ବିଶ୍ୱାଳ, ଶିକ୍ଷୟୀତ୍ରୀ ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ,ଶିବାନୀ ମଲ୍ଲିକ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ , ଜୁନିୟର ଆସିଷ୍ଟେଣ୍ଟ ଅବିନାଶ ଭୋଇ, ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ରାଜ୍ୟ ସାଧନ କର୍ମୀ ରାମ ନାରାୟଣ ଦାଶ ଖେଳ ପରିଚାଳନା କରିଥିଲା ବେଳେ ଖେଳ ଶିକ୍ଷୟୀତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।