-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ତରଫରୁ ଏଚ,ଆଇ,ଭି /ଏଡ଼ସ ରୋଗର ନିରାକରଣ ପାଇଁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ହିମାଂଶୁ ଶେଖର ପଢିଙ୍କ ଅଧ୍ୟକ୍ଷତାରେରେ ସମ୍ମାନିତ ଅତିଥି ଭେବେ ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ, ରାଜନୀତି ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଶିବ କୁମାର ପୁରୋହିତ ଯୋଗ ଦେଇଥିଲେ l ସମ୍ବଳ ବକ୍ତି ଭାବରେ ଆଇ ସି ଟି ସି ପରାମର୍ଶଦାତା ଦାତା ନରସିଂହ ମହନ୍ତ ଯୋଗ ଦେଇଥିବା ବେଲେ ମୁଖ୍ୟବକ୍ତା ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ମାଧବ ପଧାନ ଯୋଗଦେଇ ଏଚ. ଆଇ.ଭି ର କାରଣ ଏବଂ ନିରକାରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ଯୁବ ରେଡ଼କ୍ରସ ପରାମର୍ଶଦାତା ତଥା ପଦାର୍ଥ ବିଜ୍ଞାନ ଅଧ୍ୟାପକ ସିଦ୍ଧେଶ୍ୱର ତ୍ରିପାଠୀ ପରିଚାଳନା କରିଥିଲେ l ସଭା ରେ ବିଜ୍ଞାନ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସୁପ୍ରିତା ମେଣ୍ଡିଲି,ଶ୍ରୀୟା ମାଧୁରୀ ସାହୁ,ସ୍ଵାଗତିକା ରଥ, ବିନୟ ପଣ୍ଡା ନିଜ ମତ ରଖି ମହାବିଦ୍ୟାଳୟ କୁ ଏଚ.ଆ ଭି ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ l ଶେଷରେ ଓଡ଼ିଆ ଅଧ୍ୟପିକ ଯାମିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।