-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ଗଞ୍ଜାମ/ପୁରୁଷୋତ୍ତମପୁର(ଶୁଭଙ୍କର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୁ ବ୍ଲକ ଅନ୍ତର୍ଗତ ରାଇପୁର ପଞ୍ଚାୟତରେ ଥିବା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତି ପୀଠ ଓ ଗଞ୍ଜାମ ଜିଲ୍ଲାର ଅଧୁଷ୍ଠାତ୍ରୀ ଦେବୀ ମାଅ ତାରାତାରିଣୀଙ୍କ ସହସ୍ର କୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ ହୋଇଯାଇଛି । ସେବାୟତ ମହିଳାମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ୧୦୮ ପିତଳ ଗରାରେ ପୁରୋହିତଙ୍କ ଦ୍ୱାରା ଗଙ୍ଗା ଦେବୀଙ୍କୁ ଆବାହନ କରି ଯଥା ନୀତିସଂସ୍କାର କରି ପାଣି ଧରି ପାହାଡ଼ ଉପରକୁ ଖାଲି ପାଦରେ ଚାଲି, ଚାଲି, ମନ୍ଦିର ଉପରକୁ ଯାଇ ମାଆଙ୍କ ପାଖକୁ ଯାଇ ସେଠାରେ ଷୋଡଶ ଉପଚାର ପୂଜା କରି ମାଆଙ୍କ ସହସ୍ର କୁମା ଭିଷେକ କାର୍ଯ୍ୟ ଯଥାରୀତି ଅନୁସାରେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ
ମନ୍ଦିର କାର୍ଯ୍ୟନିବାହୀ ଅଧୁକାରୀ ଟି.କେ ରେଡ଼ୀ, ମନ୍ଦିର ସେବାୟତ ସଂଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସହିତ ସବୁ ସେବାୟତ ଓ ତାଙ୍କ ସହଧର୍ମଣୀ ଏବଂ ସମ୍ପର୍କୀୟମାନେ କାର୍ଯ୍ୟରେ ସହଯୋଗ କରିବା ସହିତ ଘଣ୍ଟ, ମୃଦଙ୍ଗ, ଶଙ୍ଖର ତାଳେ ତାଳେ ମନ୍ଦିରରୁ ଚଳନ୍ତି ପ୍ରତିମାକୁ ବିମାନରେ ସ୍ନାନ ମଣ୍ଡପକୁ ଅଣାଯାଇଥୁଲା । ସେଠରେ ରୀତିନୀତି ଅନୁସାରେ ପୁରୋହିତ ମାନଙ୍କ ମନ୍ତ୍ର ଉଚ୍ଚାରଣରେ ସହସ୍ର କୁମା ଭିଷେକ କାର୍ଯ୍ୟ କରାଯାଇ ମାଆଙ୍କୁ ପୁଣି ମନ୍ଦିରକୁ ନିଆ ଯାଇଥିଲା । ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଉପସ୍ଥିତ ହୋଇ ମାଆଙ୍କ ଦର୍ଶନ କରି ସେମାନଙ୍କ ପରିବାର ସହିତ ଜଗତର ମଙ୍ଗଳ କାମନା କରି ତାଙ୍କର ଚରଣରେ ଆଶ୍ରିତ ହୋଇ ଥିଲେ । ଧାରା ପୃଷ୍ଠରେ
ପାପର ବିନାଶ ପାଇଁ ମାଅ ଧରା ପୃଷ୍ଠକୁ ଏହି ସାରଦାୟ ଅବ ବସରରେ ୧୬ଦିନ ବ୍ୟାପି ଆଶ୍ଵିନ ମାସ କୃଷ୍ଣ ପକ୍ଷ
ମୂଳାଷ୍ଟମୀଠାରୁ ଠାରୁ ଶୁକ୍ଳ ପକ୍ଷ ମହାନବମୀ ପର୍ଯ୍ୟନ୍ତ ଏହି ପୁଜା ମାଆଙ୍କ ଚାଲିବ । ଏହି ଅବସରରେ ପ୍ରତିଦିନ ସକାଳେବିଭିନ୍ନ ରୀତିକାନ୍ତି ଅବକାଶ, ମାଜଣା ସହିତ ଷାଢଶ ଉପଚାର ପୂଜା, ଚଣ୍ଡୀପାଠ, ହୋମ, ଆଳତୀ ଭୋଗ, କାର୍ଯ୍ୟ କରାଯିବା ପାଇଁ ସବୁ ବ୍ୟବସ୍ଥା ହୋଇଛି । ଭକ୍ତମାନଙ୍କ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସବୁ ବିଭାଗର ଅଧୁକାରୀଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଈଛନ୍ତି |