-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ଅତାବିରା/ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ଅତାବିରା ବ୍ଳକ ସଭାକକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ବିଡ଼ିଓ ସୂର୍ଯ୍ୟ କୁମାର ନାୟକଙ୍କ ସଂଯୋଜନା ଓ ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଉପସ୍ଥିତ ରହି ବିଭିନ୍ନ ବିଭାଗରୁ ଆସିଥିବା ସମୁଦାୟ ୧୦୮ ଗୋଟି ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମିନା, ସବକଲେକ୍ଟର ଉତ୍ତମ ବାଗ, ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ସିଂ, ସିଡିଏମଓ ମଞ୍ଚାସୀନ ରହି ଅଭିଯୋଗ ଶୁଣାଣୀରେ ସହଯୋଗ କରିଥିଲେ। ରାସ୍ତାକଡରୁ ଉଚ୍ଛେଦ
ହୋଇଥିବା ଦୋକାନୀ, ଭତ୍ତା, ଆବାସ ଯୋଜନାରେ ଘର,ଶିକ୍ଷକ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ଯୋଗାଇବା ଭଳି ଅଭିଯୋଗ ଗୁଡିକ ଆସିଥିଲା। ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ମହିଳା ମାନେ ୯୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ ଟି ଶିକ୍ଷକ ଅଛନ୍ତି ହେଲେ ସେମାନଙ୍କ ମଧ୍ୟରୁ ୨ଜଣ ଶିକ୍ଷକ ଗୋଟିଏ ମାସ ହେଲା ଛୁଟିରେ ରହିଛନ୍ତି । କେବଳ ଜଣେ ଶିକ୍ଷକରେ ବିଦ୍ୟାଳୟରେ ଯେମିତି ପାଠ ପଢା ହେବ, ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି କରନ୍ତୁ ନଚେତ୍ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ l ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିକାନ୍ତ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାନୀ କୁମ୍ଭାରଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜହ୍ନାପଡ଼ା ପଞ୍ଚାୟତ ବରହାମୁଣ୍ଡାର ସସ୍ମିତା ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
୩ ଥର ଆବେଦନ ମାଟି ଥିଲେ ହେଁ କିଛି ଫଳପ୍ରଦ ହୋଇପାରି ନଥିବାରୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଲାଦରପାଲିର ସାଧୁ ଗଡତିଆଙ୍କ ପୁତ୍ର ଦୀର୍ଘ ୧୦ ବର୍ଷ ହେଲା ଦୃଷ୍ଟିହୀନ ହୋଇ ରହିଛି । ଏହାର ଦୃଷ୍ଟିହୀନତାର ପ୍ରମାଣପତ୍ର ପାଇଁ ସେ ବାର ଦୁଆର ହେଲା ପରେ ସବୁ ଥରେ ନିରାଶ ହୋଇ ଆଜି ବଡ ଆଶା ନେଇ ଜନ ଶୁଣାଣିକୁ ଆସିଥିଲେ ନିଜର ଅନେକ ଆଶା ଓ ଭରସାକୁ ମାରି ଦେଇ । କିନ୍ତୁ ଆଜି ବି ସେ ନିରାଶ ହୋଇ ଫେରିଥିବା ଜଣାପଡିଛି ।
ଏହି ଅବସରରେ ୩ ଗୋଟି ଟ୍ରାଇସାଇକେଲ, ଗୋଟିଏ ହୁଇଲଚେୟାର, ଗୋଟିଏ ୱକ।ର ପ୍ରଦାନ କରିଥିଲେ।ଜିଲ୍ଲା ଓ ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ହୋଇ ଥିଲେ। ଏବିଡ଼ିଓ ଗିରୀନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।