-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
13-Sep-2024
ବଲାଙ୍ଗୀର (ପ୍ରେରଣା ଖବର): ସମ୍ପୂର୍ଣ୍ଣ ଭାରତରେ ସିଏ ଫାଉଣ୍ଡେସନ ଓ ଇଣ୍ଟରମିଡିଏଟ ସେପ୍ଟେମ୍ବର ୨୦୨୪ ପରୀକ୍ଷା ଆଜିରୁ ଆରମ୍ଭ ହୋଇଛି। ବଲାଙ୍ଗିର ଜିଲ୍ଲାର ଜେଏସଏମ ଆର୍ଟସ୍, ସାଇନ୍ସ ଏଣ୍ଡ କମର୍ସ କଲେଜ ଗତ ୨୦୨୦ ଠାରୁ ଏଥିପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ଭାବେ ନିର୍ବାଚିତ ହୋଇଆସିଛି। ବିଗତ ଦିନ ଗୁଡିକରେ ଏହି ପରୀକ୍ଷା ବାର୍ଷରେ ଦୁଇଥର ହେଉଥିଲା ମାତ୍ର ଏହି ବାର୍ଷଠାରୁ (ICAI) ର ନୂତନ ପାଠାକ୍ରମ ସହିତ ପିଲାମାନେ ବର୍ଷକୁ ତିନି ଥର ପରୀକ୍ଷା ଦେଇପାରିବେ । ଛାତ୍ର ଛାତ୍ରୀମାନେ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତ ରହିଛନ୍ତି।
ବଲାଙ୍ଗିରରେ ଥିବା ଏହି ପରୀକ୍ଷା କେନ୍ଦ୍ରକୁ ବିଭିନ୍ନ ଜିଲ୍ଲାର ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେବା ଆସୁଅଛନ୍ତି । ଏହି ପରୀକ୍ଷା କେନ୍ଦ୍ର ପାଇଁ ଅନେକ ଛାତ୍ର ଛାତ୍ରୀମାନେ ଭଲ ପ୍ରତିକ୍ରିୟା ଦେଉଛନ୍ତି ଓ ପରୀକ୍ଷାର୍ଥୀ ମତ ପ୍ରକାଶ କରିଅଛନ୍ତି ଯେ ବଲାଙ୍ଗିର ଜିଲ୍ଲାର ଜେଏସଏମ ଆର୍ଟସ୍, ସାଇନ୍ସ ଏଣ୍ଡ କମର୍ସ କଲେଜ ପରୀକ୍ଷା ନିମନ୍ତେ ଅନେକ ସୁବିଧା କରିଅଛି ।
ବଲାଙ୍ଗିରରେ ଏକ ପରୀକ୍ଷା କେନ୍ଦ୍ର ଦେବା ପାଇଁ ଛାତ୍ରମାନେ ଭାରତର (ICAI) ନିକଟରେ କୃତଜ୍ଞତା ଜଣାଇଛନ୍ତି।