-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
13-Sep-2024
ଆଗଲପୁର, (ବିନୋଦ ଦୀପ) ଉମାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବକଟି ଠାରେ ଆଗଲପୁର ବ୍ଲକ ବିଦ୍ୟାଳୟ ସ୍ପୋର୍ଟ୍ସ ଏସୋସିଏସନ ତରଫରୁ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଓ ଖୋ ଖୋ ଖେଳାଳି ଚୟନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଗଲପୁର ଗୋଷ୍ଠୀ ଅତିରିକ୍ତ ଶିକ୍ଷାଧିକାରୀ ତଥା ବିଆରସିସି ଶ୍ରୀଯୁକ୍ତ ରଜନୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପତାକା ଉତ୍ତୋଳନ ପୂର୍ବକ ଖେଳ ର ଶୁଭ ଉଦଘାଟନ କରିଥିଲେ l ଏସୋସିଏସନ ର ସମ୍ପାଦକ ଶ୍ରୀଯୁକ୍ତ ଡାକ୍ତର ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ବାରିକ ସଭା ପରିଚାଳନା କରିଥିଲେ l ଉକ୍ତ ଖେଳାଳୀ ଚୟନ ରେ ଆଗଲପୁର ବ୍ଲକ ଶିକ୍ଷା ଅଧିନସ୍ଥ 26 ଟି ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ରୁ 144 ଜଣ ବାଳକ ଓ ବାରିକ ଉଭୟ 14 ଏବଂ 17 ବର୍ଷ କବାଡି ଓ ଖୋଖୋ ବିଭାଗ ରେ ଅଂଶଗ୍ରହଣ କରିଥିଲେ l ଏଥିରେ ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ସଫଳ ପରିଚାଳନା କରିଥିଲେ l ଖେଳ ଶିକ୍ଷକ ଶ୍ରୀ ରୁଷାଭ ପଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମିଟି ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l