-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ

01-Sep-2024



ରାୟଗଡ(ସୁପ୍ରିୟା ଷଡଙ୍ଗୀ): ଆଜି ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ରାୟଗଡ଼ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ରଡାଙ୍ଗ ଠାରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା ର ସୁବିଧା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୧୦୩ଟି ଆବେଦନ, ଜବକାର୍ଡ ନିମନ୍ତେ ୩ଟି, ପ୍ରଧାନମନ୍ତ୍ରୀ କିଷାନ କାର୍ଡ ନିମନ୍ତେ ୬୬ଟି  ଆବେଦନ ପତ୍ର ଦାଖଲ କରିଥିଲେ l 

 ୨୪ଜଣଙ୍କ ରକ୍ତ ଶିକୁଲା ପରୀକ୍ଷା, ୨ଜଣଙ୍କ ଆଧାର କାର୍ଡ ସଂଶୋଧନ, ୧ଜଣଙ୍କ ଜଙ୍ଗଲ ଜମି ପଟ୍ଟା ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଜଣେ ଦିବ୍ୟଙ୍ଗଙ୍କୁ ପ୍ରମାଣପତ୍ର, ୨୦ଜଣଙ୍କ ଜନ୍ମ ପ୍ରମାଣପତ୍ର, ୩ଜଣଙ୍କ ଖାଉଟି କାର୍ଡ,  ୨ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ପଞ୍ଜୀକରଣ, ୧୪ଛାତ୍ରଛାତ୍ରୀଙ୍କ ପୁନଃ ବିଦ୍ୟାଳୟ ପ୍ରେରଣ, ଛେଳି କୁକୁଡ଼ା ଚାଷ ନିମନ୍ତେ ୩ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ମଙ୍ଗଳ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିଥିଲେ । ଅରସିକଣି, ପତଲମ୍ବ, ଜଂଗଯୋଡି ଅଦିଗ୍ରାମର ଲୋକ ଉପସ୍ଥିତ ଥିଲେ ।
କଲ୍ୟାଣସିଂହପୁର ବ୍ଲକ ଅଧିନ ପର୍ସଲି ଗ୍ରାମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପର୍ସଲି ଡ଼ଙ୍ଗରିଆ ଉନ୍ନୟନ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ସୁବିଧା କିପରି ପାଇପାରିବେ ସେଥିପାଇଁ ସଚେତନତା କରିଥିଲେ ।
ସେହିପରି ଗୁଣପୁର ବ୍ଲକ ଅନ୍ତର୍ଗତ  ସିନାସାରି ଗ୍ରାମ ପଞ୍ଚାୟତର କୁରୁଗୁଡା ଚର୍ଚ୍ଚ ଠାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ  ସିନସରି  ସରପଞ୍ଚ ରାଜେଶ ଶବର  ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ଉର୍ଦ୍ଧ୍ବ ବିଶେଷ ଭାବରେ ଅନୁନ୍ନତ ଜନଜାତି ବର୍ଗର ଲୋକମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଛନ୍ତି । ଗୁଣପୁର ବ୍ଲକର ୭ଟି ପଞ୍ଚାୟତର ୧୩୬ଟି ଗ୍ରାମ ରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରର ସପ୍ତମ ଦିନରେ  ଆଜି ବିଭିନ୍ନ ବିଭାଗ ଯଥା ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ ୧ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୭ ଗୋଟି ଜନ୍ମ ପ୍ରମାଣପତ୍ର ବଣ୍ଟନ କରାଯାଇବା ସହ, ୧ ଜଣଙ୍କ ରାଶନ କାର୍ଡ ଆବେଦନ ସଂଗ୍ରହ କରାଗଲା ।  ସେହିପରି ୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିବା ବେଳେ ଟିବି ପରୀକ୍ଷାରେ ଗୋଟିଏ ଆକ୍ଟିଭ୍ କେସ୍ ନ ଥିବା ଜଣାପଡ଼ିଛି , ଟିପିଏସଓଡିଏଲ୍ ପକ୍ଷରୁ ଏସଡିଓ ଶ୍ରୀ ପି . ପାଢ଼ି ଉପସ୍ଥିତ ଥିବା ସହା, ଡାକ୍ତର ନିହାର ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ

ଟିମ୍ ଏମଏଚଏୁ ଜଗନ୍ନାଥପୁର ଉପସ୍ଥିତ ଥିଲେ, ପାନୀୟଜଳ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଆଇଟିଡ଼ିଏ- ଓଟିଏଲ୍ ପି, ଗୁଣପୁର ପକ୍ଷରୁ ଅଧିକାରୀ ମାନେ ଯୋଗଦେଇ ପିଭିଟିଜିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପରିଚାଳନା କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like