-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
29-Aug-2024
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଅସଡା ପଞ୍ଚାୟତ ର ଡୁମ୍ବାଗୁଡା ଗ୍ରାମ ଠାରୁ ଗୁଡ଼ାରୀ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେଲାଣି ରାସ୍ତା ମରାମତି ହୋଇ ପାରୁନାହିଁ ଅତି ସଚନୀୟ ଅବସ୍ଥାରେ ପଡ଼ିରହିଛି, ଗ୍ରାମ ବାସିଙ୍କ କହିବା ଅନୁସାରେ ଧାନ କଳ , ଇଟା କାରଖାନାର ଭାରି ବୋଝେଇ ଟ୍ରକ ଏବଂ ଆନ୍ଧ୍ର କୁ ବାଲି ଚଲାନ ଟ୍ରାକ୍ଟର ନିୟମିତ ଭାବେ ଯାତାୟାତ କରୁଥିବା ରୁ ଏଭଳି ଅବସ୍ଥା ହେଇ ଅଛି ଏହା ଦ୍ବାରା ଦୀର୍ଘ ବର୍ଷ ଧରି ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଆମ୍ବୁଲାନ୍ସ ଏବଂ ଗ୍ରାମ ବାସି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନ୍ୟ କୌଣସି ରାସ୍ତା ନ ଥିବାରୁ ଗ୍ରାମବାସୀମାନେ ଏହି ଗୋଟିଏ ରାସ୍ତା ଉପରେ ନିର୍ଭର କରନ୍ତି ଏହି ବିପର୍ଯ୍ୟୟ ରାସ୍ତା ରେ ଲୋକେ ଧାନ ରୁଆ କରୁଥିବା ର ଅଭାବ ନିୟ ଦୃଶ୍ୟ ଦେଖିବା କୁ ମିଳିଥିଲା କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇ ଛନ୍ତି ପ୍ରକାଶନ ଏହି ପଙ୍କ କାଦୁଆ ର ରାସ୍ତା କେବେ ପକା ରାସ୍ତା ରେ ପରିଣତ ହେବ ଦେଖିବାକୁ ବାକି ରହିଲା l