-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Aug-2024
ସମ୍ବଲପୁର:(ପ୍ରେରଣା ଖବର): ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁକୂଲ୍ୟରେ ଧନକଉଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ପ୍ରାଥମିକ ସ୍ତରୀୟ ଆନ୍ତଃ ବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି Iଉଦ୍ଘାଟନୀ ଉତ୍ସବ ରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି ଓ ବୁଢାରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମିତ ପତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଅନ୍ୟାନ୍ୟ ଅତିଥି ଭାବରେ ଥିଲେ ଶ୍ରୀମତୀ ସୁସ୍ମିତା ପାଟ୍ଟଯୋଶୀ ଓ ଶ୍ରୀ ରମେଶ ମିଶ୍ର I ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୧୫୦ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ I ଉଦ୍ଜାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଯୋଗଦେଇ ଛାତ୍ର ଓ ଛାତ୍ରୀ ମାନଙ୍କୁ ଯୁଗପୋଯୋଗୀ ହେବା ସହ ସୁସ୍ଥ ସମାଜ ଗଠନ ଦିଗ ରେ ସର୍ବଦା ପ୍ରୟାସ ଓ ସାଧନା ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ I ଏହି ପ୍ରତିଯୋଗିତା ରେ ଜୁନିଅର ବିଭାଗରେ ସରକାରୀ ଉଚ୍ଚ ପ୍ରାଥମିକ ପବିଦ୍ୟାଳୟ ଗୋପାଳମାଲର ଛାତ୍ରୀ ଆକାଂକ୍ଷା ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଲୟ ଏ.କଣ୍ଟାପାଲିର ତେଜେଶ୍ୱନୀ ସାହୁ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯୋଗୀପାଲିର ହିମାଦ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେହିପରି ସବ ଜୁନିଅର ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ନାକକରାମର ପ୍ରିନ୍ସ ନାଗ ପ୍ରଥମ , ଏସ ଡି ଏସ ଉଚ୍ଚ ବିଦ୍ୟାଳୟ ର ପ୍ରୀତି ସୁହାଣୀ ଦ୍ଵିତୀୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଵିନ୍ଦତଲାର ସାକ୍ଷୀ କୁମାରୀ ତୃତୀୟ ସ୍ଥାନ ଅଧିକାରୀ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ବୁଢାରଜା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖେଇ ଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଅସୀମ ପ୍ରଧାନ ପରିଚାଳନା କରିଥିଲେ I ସମସ୍ତ ସି.ଆର.ସି.ସି ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହେବା ସହ ଶ୍ରୀମତୀ ସୁସ୍ମିତା ପାଟ୍ଟଯୋଶୀ ଅନୁଷ୍ଠିନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ I