-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Aug-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡା. ଟେମରାମ ଦେହେରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅମ୍ବାଭୋନା ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ଅମ୍ବାଭୋନା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ଟେମରାମ ଦେହେରି ଓ ଅମ୍ବାଭୋନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡା. ପ୍ରଶାନ୍ତ ପଣ୍ଡା ଯୋଗ ଦେଇ ଉପସ୍ଥିତ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।କାର୍ଯ୍ୟକ୍ରମରେ ଅଣସଂକ୍ରାମକ
ରୋଗୀ,ମେଲେରିଆ ରୋଗୀ, ଚକ୍ଷୁ, ଚର୍ମ ରୋଗୀ ଙ୍କ ସମେତ ୬୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇଥିଲା ।କାର୍ଯ୍ୟକ୍ରମରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର STS ଶଙ୍କର ପ୍ରସାଦ ମେହେର ପଞ୍ଜିକରଣ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚନ୍ଦ୍ରମା କୁମ୍ଭାର ରକ୍ତ, ରକ୍ତଚାପ ପରୀକ୍ଷା ତଥା ଅନ୍ୟାନ୍ୟ ପରୀକ୍ଷା କରିଥିବା ବେଳେ ଚକ୍ଷୁ ସହାୟକ ଦେବାଶିଷ ମେହେର ଚକ୍ଷୁ ପରୀକ୍ଷା କରିଥିଲେ ।କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା କର୍ମୀ ଜ୍ୟୋସ୍ନା ଭୁଏ,ବିଶାଖା ବାଗ, ସୈରେନ୍ଧ୍ରୀ ଖମାରି,ଇଳାବତୀ ଦୁଆନ,ଅଙ୍ଗନବାଡି କର୍ମୀ ଶ୍ରୀୟାବତୀ ପାତ୍ର, ସନ୍ତୋଷିନୀ ଭୁଏ, ବୃନ୍ଦାବତୀ କୁମ୍ଭାରଙ୍କ ସହ ସ୍ଥାନୀୟ ମହିଳା
ସ୍ୱାସ୍ଥ୍ୟ କର୍ମୀ ଶୁକ ନିଆଳି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ ଫାର୍ମାସିଷ୍ଟ ଶ୍ରୀ ଲିଙ୍ଗରାଜ ପ୍ରଧାନ ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ କର୍ମଚାରୀ ନରହରି ନାଗରିଆ, ଠାକୁର ରାମ ବାରିକ, ମହେଶ ପାତିକାର ସହଯୋଗ କରିଥିଲେ । ସେହିପରି ବରା ଠାରେ ମଧ୍ୟ CHO ରାଜେଶ ଖମାରୀଙ୍କ ସଂଯୋଜନା ତଥା ଆୟୁଷ ଡା. ଆଞ୍ଚଳ ପ୍ରଧାନଙ୍କ ଉପସ୍ଥିତି ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଦିଗଦର୍ଶନ ଦେଇଥିଲେ ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀ ଗୋବିନ୍ଦ ପଧାନ।