-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
20-Aug-2024
ବଲାଙ୍ଗୀର(ପ୍ରେରଣା ଖବର) : ଲୋଇସିଂହା ବ୍ଲକ କୁସଙ୍ଗ ଡିଗ୍ରୀ କଲେଜରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ବିଜୟ କୁମାର କଲେତ, ଡ. ଲକ୍ଷ୍ମଣ ମେହେର ଅତିଥି ରୂପେ ଯୋଗଦାନ ଦେଇ ପରିବେଶ ସୁରକ୍ଷା ପାଇଁ ଯୁବ ସମାଜ ସଜାଗ ରହିବା ଦରକାର ବୋଲି କହିଥିଲେ । ବଲାଙ୍ଗିର ଜିଲ୍ଲାକୁ ସବୁଜମୟ କରିବା ମୂଳ ଲକ୍ଷ୍ୟ ବୋଲି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସିମ କୁମାର ଭୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ଭୁବନେଶ୍ୱର ଭୋଇ, ସଦସ୍ୟ ଝୁନୁ ପ୍ରଧାନ,
ଜୁଲୁ ସାହୁ, ଶିବା ଗଡତ୍ୟା, ଇଶ୍ୱର ବିଶ୍ୱାଲ, ରୁଦ୍ର ଭୋଇ, ବିଜେଶ ସାହୁ, ନିତେଶ ବେହେରା, ପରିତୋଶ ଗଡତ୍ୟା, ସଦାଶିବ ପ୍ରଧାନ, ଚିନ୍ମୟ ସାହୁ, ରବିନ୍ଦ୍ର ଗଡତ୍ୟା, ଦିନେଶ ଗଡତ୍ୟା, ପଙ୍କଜିନୀ ଗଡତ୍ୟା, ପିଙ୍କି ଭୋଇ, ମଞ୍ଜୁସା ପ୍ରଧାନ, ସୁମନ୍ତ ପାତ୍ର, ସୁମିତ ପାତ୍ର ତଥା କଲେଜ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୬୦ ଚାରା ରୋପଣ କରାଯାଇଥିଲା ।