-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର) - ଆଜି ବଲାଙ୍ଗିର ଜିଲ୍ଲାରେ ମୋଟ 13 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଜି ବଲାଙ୍ଗିର ପୌରାଞ୍ଚଳ ର ୱାର୍ଡ ନମ୍ବର 11 ରୁ ଜଣେ ଓ ୱାର୍ଡ଼ ନମ୍ବର 1 ରୁ 2 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ଼ ମୁନିସିପାଲଟି ର ୱାର୍ଡ ନମ୍ବର 4 ରୁ ଜଣେ ମାତ୍ର ସଂକ୍ରମିତ ଙ୍କୁ ଚିହ୍ନଟ କରାଯାଇଛି l ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଅଞ୍ଚଳ ରୁ 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତୁରେକେଲା ବ୍ଲକ ର ଚାଉଲଶୁଖା ରୁ 2 ଜଣ ଏବଂ ବୁରୋମାଳ ଗ୍ରାମରୁ ଜଣେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ସଇଁତଳା ବ୍ଲକ ର ଉଭୟ ସଇଁତଳା ଓ ଭଦ୍ରା ଗାଁ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l
ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ମୋଟ୍ 8542 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବl ବେଳେ 148 ଟି ଆକ୍ଟିଭ କେସ ରହିଛି l ଆଜି ପଯ୍ୟନ୍ତ କରୋନା ରୁ 8354 ଜଣ ସୁସ୍ଥ ହୋଇସାରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ପ୍ରକାଶ l