-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
ସୋନପୁର,(ପ୍ରେରଣା ଖବର)- ଜୁନିଅର ରେଡକ୍ରସ ମାୟାବର୍ହା ହାଇସ୍କୁଲ , ସୋନପୁର ରକ୍ତଭଣ୍ଡାର ଓ ରକ୍ତଦାତା ମହାସଂଘର ମିଳିତ ଉଦ୍ୟମରେ ସୋନପୁର ରକ୍ତ ଭଣ୍ଡାରରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ମାୟାବର୍ହାସ୍କୁଲର କାଉନସେଲର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଶିବିରକୁ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜ ଉଦ୍ଘାଟନ କରିଥିଲେ । ସୋନପୁର ଗୋଷ୍ଠି ଶିକ୍ଷାଧିକାରୀ ଘନଶ୍ୟାମ ମେହେର ଶିବିରରେ ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିବିରରେ ସର୍ବମୋଟ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ପ୍ରକାଶଥାଉକି, ୨୦୨୦ବର୍ଷ ମଧ୍ୟରେ ସୋନପୁର ରକ୍ତ ଭଣ୍ଡାର ତରଫରୁ ଏହି ୧୦୦ତମ ସ୍ୱେଚ୍ଚାକୃତ ରକ୍ତଦାନ ଶିବିରରେ ଅନ୍ତିମ ପର୍ଯ୍ୟାୟରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ ଯୋଗଦାନ କରିଥିଲେ । ସମସ୍ତ ରକ୍ତଦାତା ଏବଂ ରକ୍ତଦାନ ଶିବିରର ଉଦ୍ୟୋକ୍ତ ମାନଙ୍କୁ ଶ୍ରିଗୁର ସାଧୁବାଦ ଜଣାଇଥିଲେ । ତାଙ୍କରି ଉପସ୍ଥିତିରେ ରକ୍ତ ଭଣ୍ଡାର ଅଧିକାରୀ ଡା. ଦୁର୍ଗାଦତ୍ତ ଦାଶ, ଡାଟା ମେନେଜର ଜଗତ ଦରୱାନ, ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତଦାନ କରିଥିଲେ ।
ଶିବିରରେ ମୁଖ୍ୟବକ୍ତା ଭାବରେ ସୋନପୁର ମହାବିଦ୍ୟାଳୟର ପ୍ରଧ୍ୟାପକ ତରୁଣ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କର, ଉପସଭାପତି ଗତିକୃଷ୍ଣ ମିଶ୍ର, ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗ, ବଲାଙ୍ଗୀର ଯୁବରେଡକ୍ର ସଂଯୋଜକ ଗୋପାଳ ବେହେରା, ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ଓଡିଶା ରକ୍ତଦାତା ମହାସଂଘର ସଭ୍ୟ ରାମ ନାରାୟଣ ଦାଶ,ସାଗରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ବଲାଙ୍ଗୀର ରକ୍ତଦାତା ମହାସଂଘର ସଭାପତି ଜୟଦେବ ଜାଲଙ୍କୁ ଶିବିରରେ ଉକୃଷ୍ଟ ସେବା ନିମନ୍ତେ ସମ୍ମାନୀତ କରାଯାଇଥିଲା ।
ଶିବିରରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ସୁବାଷ ଚନ୍ଦ୍ର ପଣ୍ଡା, ,ସୁଦାମ ବିଶ୍ୱାଳ,ସାଧନକର୍ମି,ଝସକେତନ ମେହେର, ଦୂର୍ଯ୍ୟୋଧନ ପଶାୟତ,ଗୋପେଶ ପଣ୍ଡା, ଅନୁପ୍ରୀୟା ମିଶ୍ର, ଚନ୍ଦ୍ରମଣି ବାଘ,ଚନ୍ଦ୍ର ଶେଖର ମହାପାତ୍ର, କାଲିଆ କର୍ମି,ଲକ୍ଷ୍ମିକାନ୍ତ ବାରିକ,ହେମନ୍ତ ମେହେର, କିରନ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ । ମାୟାବର୍ହା ହାଇସ୍କୁଲର ପୂରାତନ ଛାତ୍ର ବନମାଳୀ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସେହି ସ୍କୁଲରେ ପଢିଥିବା ଛାତ୍ର ତଥା ବର୍ତମାନ କାର୍ଯ୍ୟରତ ଥିବା ତରଭା ଗୋଷ୍ଠି ଶିକ୍ଷାଧିକାରୀ କେଶବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।