-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
ଭୁବନେଶ୍ୱର(ପ୍ରେରଣା ଖବର): ଭୁବନେଶ୍ୱରରେ ନୂଆଁ ବିଧାୟକ ମାନଙ୍କ ପାଇଁ ଶନିବାର ଦିନ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍ଘାଟନ କରିଛନ୍ତି।ବାଚସ୍ପତି ସୁରମା ପାଢୀ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଦୁଇଦିନ ପାଇଁ ଚାଲିବ।ଏହି କାର୍ଯ୍ୟକ୍ରମ ରେ ନୂଆଁ ବିଧାୟକ ମାନେ କିପରି ସେମାନଙ୍କ କଥାବାର୍ତ୍ତା କରିବେ,ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ କେମିତି ବ୍ୟବହାର କରିବେ, ଶୂନ୍ୟକାଳରେ କେମିତି ପ୍ରଶ୍ନ କରିବେ ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରିବେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନବର୍ଦ୍ଧନ ସିଂଦେଓ ଙ୍କ ସମେତ ସମସ୍ତ ଭାଜପା ବିଧାୟକ ଉପସ୍ଥିତ ରହିଛନ୍ତି।