-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
ଲୋଇସିଂହା, (ବିନୋଦ ଦୀପ) ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ପରିସରରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ମାଆଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ଡ. ଅଜିତ କୁମାର ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି l ଏଥିରେ ପ୍ରାୟ ଷାଠିଏ ଜଣ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ l ଏଇ ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ବୃକ୍ଷର ମହତ୍ତ୍ୱ ଉପରେ ବିଶେଷ ଆଲୋଚନା ହୋଇଥିଲା l ପିଲାମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ l କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେର ପରିଚାଳନା କରିଥିଲେ l ଏଥିରେ ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ, ଅନନ୍ତ କୁମାର ଆର୍ଯ୍ୟ, ବିଜ୍ଞଶ୍ରୀ ଗୁରୁ, ପ୍ରମୋଦ ମହାକୁର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l ଏଇ କାର୍ଯ୍ୟକ୍ରମଟି ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ l