-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
16-Aug-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ଅନୁଷ୍ଠିତ ହେବାକୁ ଥିବା ଝୁଲଣ ଯାତ୍ରା ପାଇଁ ସ୍ଥାନୀୟ
ବୀର ବଜରଙ୍ଗ ଦଳ ପକ୍ଷରୁ ପୁରୁଣା ଥାନା ସମ୍ମୁଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାକୁ କିଭଲି ସୁପରିଚାଳନା କରାଯିବ ସେଥିନିମନ୍ତେ ଏକ କମିଟି ଗଠନ କରାଗଲା। ଏଥିରେ ସଭାପତି ଦିଗାମ୍ବର ପଧାନ, ସମ୍ପାଦକ ପ୍ରୟୋଜିତ ସାହୁ, ଉପସଭାପତି ପ୍ରସାନ୍ତ ସାହୁ, ସହସମ୍ପlଦକ ସଚୀନ ମେହେର, କୋଷାଧ୍ୟକ୍ଷ ବ୍ୟାସଦେବ ବଡ଼ମାଲି ଙ୍କ ସହିତ ଉପଦେଷ୍ଟା ସଭ୍ୟ ଭାବରେ ସାମ୍ୱାଦିକ ଶେଷଦେବ ବାରିକ,ହେମା ସାଗର ଷlଣ୍ଢ,ରଙ୍ଗl ମେହେର, ବୁଧୁ ମେହେର ,ଶିଲୁ ରଥ ସର୍ବସମ୍ମତି କ୍ରମେ ବଛା ଯାଇଥିଲା।ଆସନ୍ତା ଝୁଲଣ ଯାତ୍ରା ସମୟରେ ଅର୍କେଷ୍ଟ୍ରା ପାର୍ଟି, ବାଇନାଚ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଯାହାକି ଶୃଙ୍ଖଳା ରକ୍ଷା କରିବା ସହିତ ଯାତ୍ରl କୁ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା l