-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ରେ ମହା ସମାରୋହରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ-

16-Aug-2024



(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା  ସଦର ମହକୁମାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି I ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସକାଳ ୯.୧୫ମି ସମୟରେ ରାମେଶ୍ଵର ଷ୍ଟାଡିୟମ୍ ଠାରେ ଜାତୀୟ ପତାକା ଉତ୍ତୋଳନ କରି  ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନ ର  କାହାଣୀ ମନେ ପକାଇ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହା ସହିତ ସୁବର୍ଣ୍ଣପୁର  ର ଇତିହାସ ଏୈତିହ୍ୟ ଓ ବୟନଶିଳ୍ପ ର ଭୂୟସୀ ପ୍ରଶଂସା କରିବା ସହ ଜିଲ୍ଲାର ତଥା, ରାଜ୍ୟ ତଥା ଦେଶର ପ୍ରଗତିରେ ଆକୁଣ୍ଠ ସହଯୋଗ ପାଇଁ ଆହ୍ୱାନ କରିଥିଲେ I ଷ୍ଟାଡିୟମ୍  ଠାରେ ପରେଡ କମାଣ୍ଡର , ରିଜର୍ଭ  ଇନ୍ସପେକ୍ଟର ସରୋଜ କୁମାର ବେହେରା ଙ୍କ ତତ୍ୱାବଧାନରେ  ପରିଚାଳିତ ପରେଡ୍  ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ୪୨ ଟି ପରେଡ ଦଳର  ଅଭିବାଦନ ଗ୍ରହଣ କରିଥିଲେ I ସାହାରା ଟ୍ରଷ୍ଟ ହାଇସ୍କୁଲ , ଲିଟିଲ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲ ,ସେନ୍ଟ ଆନି କନଭେଣ୍ଟ ସ୍କୁଲ,କୋଶଳ ବିଦ୍ୟାଳୟ ଏବଂ ଆଦର୍ଶ ସରକାରୀ ଉପ୍ରା ସ୍କୁଲ, ର  ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ହର ଘର ତ୍ରିରଙ୍ଗା ଅଭିଯାନ ଓ ସ୍ଵାଧୀନତା  ଦିବସ ପାଳନ ଅବସରରେ ଜିଲ୍ଲାର ଗର୍ବ ଓ ଗୌରବ ପଦ୍ମଶ୍ରୀ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି ବିଶେଷ ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ଜାତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ଶ୍ୟାମ ସୁନ୍ଦର ମେହେର, ଶ୍ରୀ ଉତ୍ତମ କୁମାର ମେହେର ଓ ଶ୍ରୀ ରସାନନ୍ଦ ମେହେର ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ପୁନଶ୍ଚ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବ୍ୟକ୍ତି ବିଶେଷ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।ସେହିପରି ହାଇସ୍କୁଲ ଦଶମ ବୋର୍ଡ଼ ଏବଂ ଆଇ ସି ଏସ ଇ, ସି ବି ଏସ ଇ ବୋର୍ଡ ପରୀକ୍ଷାରେ ତଥା  ଯୁକ୍ତଦୁଇ  କଳା ,ବିଜ୍ଞାନ ଓ  ବାଣିଜ୍ୟ ବିଭାଗରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I  ଏହାସହିତ ହାଇସ୍କୁଲ ଦଶମ ବୋର୍ଡ଼ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ସାହାରା ଟ୍ରଷ୍ଟ ହାଇସ୍କୁଲ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବିନିକା ସ୍କୁଲକୁ ସମ୍ମାନିତ କରାଯାଇଥିଲା I 
ଆମ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇ ଦେଇଥିବା ବିନିକା ଥାନା କୁ ପୁରସ୍କୃତ କରାଯାଇଥିଲା I ପ୍ୟାରେଡରେ  ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନସିସି, ସ୍କାଉଟ ଗାଇଡ଼, ରେଡକ୍ରସ, ଏନଏସଏସ, ତଥା ସିଭିଲିଆନ ବରିଷ୍ଠ ଓ କନିଷ୍ଠ ବର୍ଗ ଦଳଙ୍କୁ ଟ୍ରଫି ସହ ସମ୍ମାନିତ କରାଯାଇଥିଲା l ଦିବସର ବିଶେଷ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ସ୍ଥାନୀୟ ଉତ୍କଳ ବାଳାଶ୍ରମ ଅନ୍ତେବାସୀଙ୍କୁ ପୋଷକ ଓ ମିଷ୍ଟାନ ବଣ୍ଟନ କରିଥିଲେ ସେହିପରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ରୋଗୀ ଙ୍କୁ ଫଳ ବଣ୍ଟନ, କାରାଗାର ର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ, ଭିନ୍ନକ୍ଷମ ବିଦ୍ୟାଳୟ ପାଣିସିଆଲି ର ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ ସହିତ ଉପଜିଲ୍ଲାପାଳ ସୋନପୁର ଙ୍କ ଦ୍ୱାରା ସ୍ଥାନୀୟ ସୁବର୍ଣ୍ଣମେରୁ କୁଷ୍ଠା ଶ୍ରମର ଅନ୍ତେବାସୀଙ୍କୁ ଧୋତି, ଶାଢ଼ୀ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋନପୁର କୁଞ୍ଜ ଛକ ଠାରେ ପୌର ପରିଷଦ ସୋନପୁର ଓ ଜିଲ୍ଲା ବନ ଖଣ୍ଡ ବିଭାଗ ସହଯୋଗରେ ରାସ୍ତାରେ 
ବୃକ୍ଷ ରୋପଣ କରାଯାଇଥିଲା I ଦିବସ ପାଳନ ଅବସରରେ   ନୂତନ ଟାଉନହଲ ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତ୍ରିରଙ୍ଗା କାନ୍ସର୍ଟ ଓ ପୁରସ୍କାର ବିତରଣ ଅନୁଷ୍ଠିତ କରାଯାଇଥିଲା l ଏଥିରେ ସ୍ଵାଧୀନତା  ଦିବସ  ପାଇଁ ପୂର୍ବରୁ ଆୟୋଜିତ  ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ  ଟ୍ରଫି ପ୍ରଦାନ କରାଯାଇଥିଲା I ବିଭିନ୍ନ ବିଦ୍ୟାଳୟ  ଓ ସାଂସ୍କୃତିକ ଅନୁଷ୍ଠାନ ର  ଛାତ୍ରଛାତ୍ରୀମାନେ ଏବଂ ଶିଶୁ କଳାକାର ମାନେ  ସୁନ୍ଦର ଦେଶାତ୍ମୋବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ I ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ଅତିରିକ୍ତ ଜିଲ୍ଲାପାଳ, ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ଅଶ୍ୱିନୀ କୁମାର ମେହେର, ତହସିଲଦାର ସୌମ୍ୟରୁପା ରଥ ସନ୍ଧ୍ୟା ସାଂସ୍କୃତିକ ବିଚିତ୍ରା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି  ଭାବରେ ଯୋଗଦେଇଥିଲେ I  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର  ଭୋଇ  ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସକାଳେ ମୁଖ୍ୟଅତିଥି ଜିଲ୍ଲାପାଳ ଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ସହରରେ ଅବସ୍ଥାପିତ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସହ ଅନ୍ୟାନ୍ୟ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ବିଭିନ୍ନ ସାମାଜିକ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଆଧ୍ୟପକ, ଅଧ୍ୟାପିକା, ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସାମ୍ବାଦିକ, ପ୍ରମୁଖ ବହୁସଂଖ୍ୟାରେ ଯୋଗଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like