-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ବରଗଡ଼/ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)-ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୨ ତମ ଜନ୍ମଜୟନ୍ତୀ, ଶ୍ରୀ ଅରବିନ୍ଦ ସ୍କୁଲ ପଦ୍ମପୁର ର ୨୯ ତମ ପ୍ରତିଷ୍ଠା ଦିବସ ଓ ଭାରତର ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଅନୁଷ୍ଠାନରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସକାଳ ୭:୩୦ ସମୟରେ ଜାତୀୟ ପତାକା ଓ ମାତୃ ପତାକା ଉତ୍ତୋଳନ ସହ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା | ଛାତ୍ରଛାତ୍ରୀ ମାନେ ସବଡ଼ିଭିଜନ ସ୍ତରୀୟ ପରେଡରେ ଅଂଶ ଗ୍ରହଣ କରି ଜୁନିଅର ଓ ସବ- ଜୁନିଅର ସ୍ତରରେ ଶ୍ରେଷ୍ଠ ଦଳ ଭାବରେ ସିଲ୍ଡ ଲାଭ କରିଥିଲେ ।ଅପରାହ୍ନ ୪:୦୦ ଟାରେ ଶିକ୍ଷାକେନ୍ଦ୍ର ପରିସରରେ ଅଭିଭାବକ ସମ୍ମିଳନୀ, ପୁଷ୍ପ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା, ପାଠଚକ୍ର ସଦସ୍ୟ / ସଦସ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।