-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗୀର ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛନ୍ତି। ପବିତ୍ର ସ୍ବାଧୀନତା ଦିବସ ଅଗଷ୍ଟ ୧୫ ବଲାଙ୍ଗୀର ନାଲଖଣ୍ଡି ପଡା ପୂଜା କମିଟିର ସମସ୍ତ ସଦସ୍ଯ ଏସି ସ୍ବାଧୀନତା ଦିବସ ଧୁମଧାମ ରେ ପାଳନ କରିଛନ୍ତି। ତକ୍ଷକ ସମ୍ପାଦକ ଶ୍ରୀଯୁକ୍ତ ବାବୁ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଶାନ୍ତନୁ ଭୋଇ ଜାତୀୟ ଗାନ କୁନି କୁନି ଛୋଟ ଛୁଆ ମାନଙ୍କୁ ନେଇ ଗାନ କରିଥିଲେ। ପୂଜା କମିଟିର କର୍ମକର୍ତ୍ତା ବିନୋଦ ନିଆଲ, ଲକ୍ଷ୍ମୀ ବାଗ, ବଣ୍ଟି ମଲ୍ଲିକ, ଗଜାନନ ଗଡୁଆ, ରାଜୁ ମେହେର, ମୁନୀନ୍ଦ୍ର ଦାସ, ରାଜ କିଶୋର ନାୟକ, ଗଙ୍ଗାଧର ମଲ୍ଲିକ, ପଞ୍ଚାନନ ଗଡୁଆ, ରାହାସ ବଗର୍ତ୍ତୀ ଓ କମିଟିର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।