-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ସିନ୍ଧେକେଲା ପଲ୍ଲୀଶ୍ରି ହାଇସ୍କୁଲ ରେ ୫ ଟି ଅଧିନରେ କାମ ହୋଇଥିବା ରୁପାନ୍ତରଣ କାମକୁ ପ୍ରାୟ ଦୁଇ ବର୍ଷ ହୋଇଛି। ହେଲେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ କେତେବେଳେ ଅସରାଏ ବର୍ଷାରେ ଛାତ୍ରଛାତ୍ରୀ ଙ୍କ ସାଇକେଲ ଆଣ୍ଠୁଏ ପାଣି ଘେରରେ ରହୁଛି ତ କେତେବେଳେ କ୍ଲାସ ରୁମ ରୁ ଅତଡ଼ା ଖସୁଛି ତ ଏବେ ଅତଡ଼ା ଖସି ପଡିବ ବୋଲି ସ୍ମାର୍ଟ କ୍ଲାସ ରୁମରେ ଇଟା ଓ ଖୁଣ୍ଟ ର ସାହାଯ୍ୟ ନେବାକୁ ପଡ଼ିଥିବା ଦେଖାଯାଇଛି। ଏହାକୁ ନେଇ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶିତ ହେବାପରେ ମଧ୍ୟ ସରକାରୀ କଳର କୌଣସି ପ୍ରକାର ତତ୍ପରତା ଦେଖା ଯାଉ ନ ଥିବାରୁ ଛାତ୍ରଛାତ୍ରୀ ଯେ କେତେବେଳେ ବିପଦରେ ପଡିଯିବେ ତାହା କହିହେବ ନାହିଁ। ତେଣୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଏ ଉପରେ ନଜର ଦେବାକୁ ଦାବି ହୋଇଛି।