-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଜାତିଗତ ଓ ଭିନ୍ନକ୍ଷମ କୋଟାର ଜାଲିଆତି: କର୍ତ୍ତୃପକ୍ଷ ଜାଣିଶୁଣି ଘଣ୍ଟ ଘୋଡାଉଛନ୍ତି !

09-Aug-2024



ବଲାଙ୍ଗୀର(ପ୍ରେରଣା ଖବର): ଜାଲ୍ ସାର୍ଟିଫିକେଟ୍ ର ହବ୍ ପାଲଟିଥିବା ବଲାଙ୍ଗୀର ଜିଲ୍ଲାରେ ଶିକ୍ଷାଗତ ଜାଲିଆତି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବି ଜାଲିଆତି କରି ଚାକିରୀ କରୁଥିବାର କେତେକ ଘଟଣା ଜଣାପଡିଛି ।  ବିଶେଷକରି ଶିକ୍ଷାବିଭାଗରେ ଖୋଦ୍ ବଲାଙ୍ଗୀର ଶିକ୍ଷା ସର୍କଲରେ ଏଭଳି ଜାଲ୍ କୋଟାରେ ଦୁଇଜଣ ହାଇସ୍କୁଲର ପ୍ରଧାନଶିକ୍ଷକ ଭଳି ପଦବୀ ହାତେଇ ସଂପ୍ରତି କାର୍ଯ୍ୟରତ ରହିଥିବା ଅଭିଯୋଗରୁ ପ୍ରକାଶ । ଏପରିକି ଏହି ଠକଶିକ୍ଷକ ମାନଙ୍କୁ ଭେଟି ପଚାରିଲେ ସେମାନେ କିଞ୍ଚିତ୍ ହଡବଡେଇ ଯାଇଥିବା ସତ୍ତ୍ୱେ ମୁହଁଟାଣ ଛାଡୁନାହାଁନ୍ତି । ଏ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଗଲେ  ସମ୍ପୃକ୍ତ ବିଭାଗ ପକ୍ଷରୁ ଜାଣିଶୁଣି ତଥ୍ୟ ନଦେଇ ବିଭ୍ରାନ୍ତ କରାଯାଉଛି । ଜିଲ୍ଲା ସଦରମହକୁମାରେ ସ୍ପଷ୍ଟଦିବାଲୋକରେ ବର୍ଷ ବର୍ଷ ଧରି ଏଭଳି ଗୁରୁତର ଜାଲିଆତି ଓ ଠକେଇ ପ୍ରଶାସନ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନାକତଳେ ଚାଲିଆସି ଥିଲେ ହେଁ , ସେମାନେ ଏହାର ଟେର୍ ନ ପାଇବା ବା ଚେଇଁ ଶୋଇପଡିଥିବା , ଆଶ୍ଚର୍ଯ୍ୟଜନକ !

ଅଭିଯୋଗରୁ ପ୍ରକାଶ ଯେ ବଲାଙ୍ଗୀର- ସମ୍ବଲପୁର ମୁଖ୍ୟସଡକରୁ ଛୁଇବନ୍ଧରୁ ଜାମଗାଁ ରାସ୍ତାରେ ପଡୁଥିବା ୨ ଟି ହାଇସ୍କୁଲର ପ୍ରଧାନଶିକ୍ଷକ ଏଭଳି ଠକେଇରେ ଜଡିତ ଅଛନ୍ତି । ସେଠାରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ଆଘାତ ସୃଷ୍ଟି ନ କରିବା କାରଣରୁ ଏବେ ସେମାନଙ୍କ ନାମ ପ୍ରକାଶ କରାଯାଉ ନାହିଁ । ଏଣୁ 'ସାଧୁ ସାବଧାନ ' ନ୍ୟାୟରେ କେବଳ ସେମାନଙ୍କୁ ସତର୍କ କରିଦିଆଯିବା ସହିତ ବିଭାଗ ଓ ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଉଛି । 

ଏଇ ରାସ୍ତାର ଦୁଇଟି ହାଇସ୍କୁଲ ମଧ୍ୟରେ ଗୋଟିଏ ହାଇସ୍କୁଲର ପ୍ରଧାନଶିକ୍ଷକ ମିଥ୍ୟା ଭିନ୍ନକ୍ଷମ ସାର୍ଟିଫିକେଟ୍ ବଳରେ ଅନ୍ୟ ବ୍ଲକ୍ ରୁ ଏଠାକୁ ବଦଳି ହୋଇ ଆସିଥିବା ସହିତ ଓଇଏସ୍ ପାଇ ପଡୋଶୀ ସୋନପୁର ଜିଲ୍ଲାର ତରଭା ବ୍ଲକ୍ ରେ ବିଇଓ ଚାକିରୀ ପାଇ ମଧ୍ୟ ତଦନ୍ତରେ କଟିଯାଇଥିବା କୁହାଯାଉଛି । ଏ ସଂକ୍ରାନ୍ତୀୟ ତଥ୍ୟପ୍ରମାଣ ରହିଛି । ତେବେ  ଅନୁସୂଚିତ ବର୍ଗର ଏହି ପ୍ରଧାନଶିକ୍ଷକ ଏଠାରେ କିପରି ଅବସ୍ଥାପିତ ରହିଛନ୍ତି , ତଦନ୍ତସାପେକ୍ଷ ।

ସେହିପରି ଦ୍ବିତୀୟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଣକ ଜାତିଗତ ମିଥ୍ୟା ପ୍ରମାଣପତ୍ର ବଳରେ ବିଇଡି ଓ ଏକାସାଙ୍ଗରେ ଏମ ଏସ ସି କରିଥିବା ଅଭିଯୋଗ ହୋଇଛି । ଏହା ନିକଟବର୍ତ୍ତୀ ତାଙ୍କ ଗାଁ'ରେ ପ୍ରଘଟ ହୋଇଯିବାରୁ ସେ ଆଉ ଗା'କୁ ନଯାଇ ଲୋଇସିଂହାରେ ଲୁଚିକି ରହୁଥିବା କୁହାଯାଉଛି । ଏପରିକି ସେ ବାପମାଆ ଓ ଘରର ଅନ୍ୟମାନେ ଗାଁ'ରେ ରହୁଥିବା ବେଳେ ପଶ୍ଚିମଓଡିଶାର ମୁଖ୍ୟପର୍ବ ନୂଆଖାଇକୁ ମଧ୍ୟ ଘରକୁ ଯାଉ ନଥିବା କୁହାଯାଉଛି । ତେବେ ସମ୍ପୃକ୍ତ ଶିକ୍ଷକ ଏଭଳି ଚର୍ଚ୍ଚା ଓ ଅଭିଯୋଗକୁ ଅସ୍ବୀକାର କରନ୍ତି ।

ସେ ଯାହାହେଉ , ସେ ପ୍ରକୃତରେ ଓବିସି ଜାତିର ହୋଇଥିବାବେଳେ ଏକାଭଳି ସମାନ ସାଙ୍ଗିଆ ହୋଇଥିବାର ଫାଇଦା ନେଇ ଏସ ସି କୋଟାରେ ରିହାତି ବଳରେ ବିଇଡି କରିଥିବା ଅଭିଯୋଗ ହୋଇଛି । ତେବେ ସେ କେବେ ବଲାଙ୍ଗୀର ବିଇଡି କଲେଜରେ ସେତେବେଳେ ହେଉଥିବା ବର୍ଷିକିଆ ବିଇଡି ଶିକ୍ଷା ପାଇଁ ଆଡମିଶନ୍ ନେଲେ ଓ କେବେ ପାସ୍ ଆଉଟ୍ ହେଇଥିଲେ , ଏ ସମ୍ପର୍କରେ ଏବେ କୌଣସି ପ୍ରମାଣ ମିଳୁନାହିଁ । ଏପରିକି ବଲାଙ୍ଗୀର ବିଇଡି କଲେଜରେ ୧୯୯୩- ୧୯୯୬ ମଧ୍ୟରେ ଓ ତାପରେ ୧୯୯୭-୧୯୯୮ ବର୍ଷର ଅନୁସନ୍ଧାନ କରି କଲେଜ କର୍ତ୍ତୃପକ୍ଷ ଏଭଳି କେହି ସେହିସମୟ ମଧ୍ୟରେ ଏଠାରେ ବିଇଡି କରି ନଥିବା ସଫେଇ ଦେଇଛନ୍ତି । ତେବେ ସେ କେତେ ସତ କହୁଛନ୍ତି , ଏ ସମ୍ପର୍କରେ ସୂଚନା ଆଇନ ବଳରେ ତଥ୍ୟ ମଗାଯିବାକୁ ପ୍ରସ୍ତୁତ ହେଉଥିବା ଓ ଏଥିରୁ ଏହା ଜଣାପଡିବ ବୋଲି ପ୍ରକାଶ । ତେବେ ସେ ଜଣେ ଭିନ୍ନକ୍ଷମ ଅଟନ୍ତି ଓ ଏଭଳି କୌଣସି ଫାଇଦା ନେଇ ନଥିବା ଅସ୍ବୀକାର କରିବା ସହିତ ଭିନ୍ନକ୍ଷମର ଫାଇଦା ନେଇଥିବା ପ୍ରକାଶ କରିଛନ୍ତି । ତେବେ ସେ କେବେ ବିଇଡି ଓ ଏକାସାଙ୍ଗରେ ଏମଏସ ସି କଲେ ପଚାରିଲେ , ହଡବଡେଇ ଯାଇଥିଲେ ହେଁ , ମନେପକାଇ କହିପାରୁ ନଥିବାରୁ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ ।

ଏହା ସହିତ ଉକ୍ତ ଶିକ୍ଷକ ଜଣକ ଅନେକଙ୍କୁ ଜାଲ୍ ଶିକ୍ଷାଗତ ସାର୍ଟିଫିକେଟ୍ ଦେବା କାରବାରରେ ଜଡିତ ରହିଥିବା କୁହାଯାଉଛି ।

ତେଣୁ ଅନ୍ତତଃ ଏବେ ବଲାଙ୍ଗୀର ଶିକ୍ଷା ସର୍କଲର ଏଇ ଦୁଇଟି ଘଟଣାର ବିଭାଗୀୟ ତଦନ୍ତ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାକୁ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like