-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
09-Aug-2024
ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ): ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ । ମୃତକ ହେଲେ ପୁରୁଣାକଟକ ଥାନା ଚାରିଛକ କାରଗିଲସାହିର ବାପି ବେହେରା । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ କାରଗିଲ ସାହିର ବାପି ବେହେରା ନିଜ ଘର ବାରିପଟେ ପାଣି ମୋଟର ଲଗାଇ ଗାଧୋଉଥିଲେ । ତେବେ କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରି ତଳେ ଅଚେତ ହୋଇ ପଡି ଯାଇଥିଲେ। ଫଳରେ ଚିତ୍କାର ଶୁଣି ପରିବାର ଲୋକେ ଓ ପଡୋଶୀ ଆସି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି । ତେବେ ମୃତକ ଏକ ଘରୋଇ ଅନୁଷ୍ଠାନରେ ଟ୍ରାକ୍ଟର ଚଳାଇ ପରିବାର ଚଳାଉଥିଲେ । ବାପି ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ସରକାରୀ ସହାୟତା ଲୋଡିଛନ୍ତି ପରିବାର ଲୋକେ ।