-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
08-Aug-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)
ପ୍ରାଶାସନିକ ସ୍ତରରେ ବଡ ଧାରଣର ଅଦଳ ବଦଳ ହୋଇଛି l ରାଜ୍ୟରେ ୨୦ ଜଣ ଜିଲ୍ଲାପାଳ, ବୁଧବାର ବିଳମ୍ବିତ ରାତ୍ରିରେ ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି,ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡଃ ଶୁଭଙ୍କର ମହାପାତ୍ର ଙ୍କୁ ଭା. ପ୍ର. ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପ୍ରକାଶ ପାଇଛି l ଡଃ ଶୁଭଙ୍କର ମହାପାତ୍ର ୨୦୧୮ ବ୍ୟାଚ ର ପ୍ରାଶାସନିକ ଅଧିକାରୀ l ଏଥି ପୂର୍ବରୁ ସେ ରାଉରକେଲା ମ୍ୟୁନିସପାଲଟି କମିସନର ଭାବେ କାର୍ଯ୍ୟରତ ଥିଲେ ଏବଂ ଯାଜପୁର ଜିଲ୍ଲା ଜିଲ୍ଲାପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।