-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ନର୍ଲା (ଚିନ୍ତାମଣି ନାଏକ)
- ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟସ୍ଥ ଏକ ଛକରେ ସାଗରା ମେନେଜ୍ ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ କରିଥିବା ପାଖାପାଖି ୮୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଗ୍ ରେ ପୁରାଇ ଆସୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍ ରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ଏଵଂ ଉକ୍ତ ଏଜେଣ୍ଟ ଙ୍କ ଠାରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ପଳାଇ ଯାଉଥିବା ସମୟରେ ଏଜେଣ୍ଟ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଜଣ ଦୁର୍ବୃତ୍ତ ଚୋର ଙ୍କୁ ଗ୍ରାମବାସୀ କାବୁ କରି ନର୍ଲା ପୋଲିସ କୁ ହସ୍ତାନ୍ତର କରିଥିଲେ । ଓ ଅନ୍ୟ ଜଣେ ଚୋର ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା ନର୍ଲା ପୋଲିସ ଦୁଇ ଚୋର କୁ ନର୍ଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।