-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା- ଲଛିପୁର ରାସ୍ତାର ହରଭଙ୍ଗା ଓ ଡୁଙ୍ଗୁରିପାଲି ମାଧ୍ୟରେ ଥିବା କୋଠିଯୋର ପୋଲ ଉପରେ ସୋମବାର ରାତିରୁ ୪ରୁ ୫ ଫୁଟ ଉଚ୍ଚରେ ବର୍ଷାପାଣି ପ୍ରବାହିତ ହେଉଛି | ଫଳରେ ଯାତାୟାତ ଠପ ହୋଇଛି | ଲଗାଣ ବର୍ଷାରେ ଅଙ୍ଗନଦୀ ଫୁଲୁଥିବାରୁ,ପୁଣି ଏହି ପୋଲ କମ ଉଚ୍ଚରେ ହୋଇଥିବାରୁ ପୋଲ ବୁଡ଼ିଯାଇଥିବା ଦେଖାଯାଇଛି | ଏହି ପୋଲ ପାଇଁ କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ବାଲ୍ ପୁର, ଗାଁ ଲୋକ ମାନେ ସାଲେଭଟା ମୁଖ୍ୟ ରାସ୍ତାକୁ ଯିବାଆସିବା କରି ପାରୁ ନାହାନ୍ତି। ସ୍କୁଲ,କଲେଜ ମଧ୍ୟ ବନ୍ଧ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି କୋଠିଯୋର ଉପରେ ୨୦୨୨ ମସିହାରୁ ଚାଲିଥିବା ବିଜୁସେତୁର ନିର୍ମାଣ କାର୍ଯ୍ୟ ଜାନୁୟାରୀ ୨୦୨୪ରେ ଶେଷ ହେବାର ଥିଲା କିନ୍ତୁ ତାହା ଏ ପର୍ଯ୍ୟନ୍ତ ସରିନଥିବାରୁ ଅଂଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି | ତେଣୁକରି ଏଥିପ୍ରତି ଭିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହଉଛି |