-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ଲୋଇସିଂହା, (ପ୍ରେରଣା ଖବର) ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ କୁଇଜ ପ୍ରତିଯୋଗିତା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଲୋଇସିଂହା ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ l ଉଦ୍ଘାଟନୀ ଉତ୍ସବ ରେ ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ରୀନାକୁମାରୀ ବେହେରା, ଲୋଇସିଂହା ବିଡ଼ିଓ ଶ୍ରୀଯୁକ୍ତ ଅକ୍ଷୟପାଣି ଉଦ୍ଦୁ, ଲୋଇସିଂହା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ସାହୁ, ଏବିଡିଓ ଶ୍ରୀଯୁକ୍ତ ବ୍ୟାସଦେବ ରାୟ, ଏବିଓ ଶ୍ରୀଯୁକ୍ତ ଟଙ୍କଧର ଭୋଇ, ଲୋଇସିଂହା ବ୍ଲକ ବିଜ୍ଞାନ ସଂଯୋଜକ ବିଷ୍ଣୁପ୍ରସାଦ ମିଶ୍ର, ବିଜ୍ଞାନ ଆବାହକ ଶ୍ରୀଯୁକ୍ତ ହେମନ୍ତ କୁମାର ବାରିକ, ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ଭୋଇ, ବିଜ୍ଞାନ ସଂଯୋଜକ ପ୍ରାଥମିକ ଶ୍ରୀଯୁକ୍ତ କରୁଣାକର ପଟେଲ ଏବଂ ବିଜ୍ଞାନ ଆବାହକ ପ୍ରାଥମିକ ଶ୍ରୀଯୁକ୍ତ ପର୍ଶୁରାମ ସୁନା ଉପସ୍ଥିତ ଥିଲେ l କୁଇଜ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉଦଯାପନୀ ସଭାରେ ମାନପତ୍ର ସହ କୁଇଜ ପୁସ୍ତକ ଓ କଲମ ପ୍ରଦାନ କରାଯାଇଥିଲା l ପ୍ରତିଯୋଗିତା ରେ ହରେକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଶ୍ରୀ ରୋହନ କୁମାର ସାହୁ ପ୍ରଥମ, ଶ୍ରୀ ଓମପ୍ରକାଶ ବରାଡ଼ ଦ୍ଵିତୀୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ର କୁମାରୀ ସ୍ୱପ୍ନା ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ସହ ଅତୀଥୀ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଗଲା l କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସିଆରସିସି ଶୁଭଙ୍କର ପଧାନ, ନିତ୍ୟାନନ୍ଦ ବାଗ, ସୁରେଶ ଚନ୍ଦ୍ର ଭୋଇ, ହେମନ୍ତ କୁମାର ନାଗ, ସୁରଜ କୁମାର ମିଶ୍ର, ନେପାଳ ବର୍ଗେ, ଦତ୍ତlତ୍ରେୟ ପଧାନ, ଶରତ ପଧାନ, ସୂର୍ଯ୍ୟକାନ୍ତ ପଧାନ, ପ୍ରଶାନ୍ତ କୁମାର ବେହେରା, ଶିକ୍ଷକ ଶ୍ରୀଯୁକ୍ତ କୁଶଳେଶ୍ୱର ବିଶ୍ୱାଳ, ମୁର୍ସିଙ୍ଗ କୁଆଁର, ପ୍ରଦୀପ ସା, ଆମ୍ମୁଜ ହୋତା, ଧ୍ରୁବଚରଣ ସାହୁ, ଯାଦବ ନାଏକ, ଚିନ୍ତାମଣି ବାରିକ, ଶଶାଙ୍କ ସାହୁ, ଅବନୀ ତ୍ରିପାଠୀ, ଉଦ୍ଧବ ପଟେଲ, ଭକ୍ତଚରଣ ପଟେଲ ପ୍ରମୁଖ l