-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁଆଝରର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ତଥା ନବ ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସଭା ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଉଚ୍ଚ ଶିକ୍ଷା ପାଇଁ ଏହି ଅନୁଷ୍ଠାନ ବଳିଷ୍ଠ ଉପାଦେୟ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରସେନ୍ ବେହେରା, ଉପାଧ୍ୟକ୍ଷ ଗୌତମ ତାଣ୍ଡି,ସମିତି ସଭ୍ୟ କେଦାର ତାଣ୍ଡି, ସରପଞ୍ଚ ଜିତୁ କୁମ୍ଭାର, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଯୁଧିଷ୍ଠିର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ l ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ରଞ୍ଜିତା ରାଉତରାୟ ଓ ବିଜ୍ଞାନ ଶିକ୍ଷୟିତ୍ରୀ ସଂଯୁକ୍ତା କୁମାରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ରବିନ୍ଦ୍ର କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ନିର୍ମଳ ଚରଣ ନାଗ, ପ୍ରଭାକର ପଟ୍ଟାୟକ, ଫକୀର ମୋହନ ମିଶ୍ର, ମାନସ ଚଇନି, ମାନସ ବିଶ୍ଵାଳ, ସ୍ଵତି ସ୍ଵଗତିକା ବୁଡେକ, ପୁଷ୍ପାଞ୍ଜଳୀ ଚିନ୍ଦା ପ୍ରମୁଖ ଯୋଗ ଦେଇଥିଲେ।