-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)ସୀମାନ୍ତ ଶିକ୍ଷା ବ୍ୟବସ୍ଥାରେ ବନ୍ଧା ପଡିଛି ଓଡ଼ିଆ ଅଶ୍ମିତା । ଓଡ଼ିଆ ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଇ ଛତିଶଗଡ଼ ସ୍କୁଲ ରେ ଶିକ୍ଷା ଗ୍ରହଣ କରୁଛନ୍ତି ସୀମାନ୍ତ ଛାତ୍ର ଛାତ୍ରୀ । ଘର ଓଡିଶା କିନ୍ତୁ ପାଠ ପଢୁଛନ୍ତି ଛତିଶଗଡ଼ ରେ ତାହା ମଧ୍ୟ ଜଣେ ଦୁଇ ଜଣ ବିଦ୍ୟାର୍ଥୀ ନୁହଁ ପାଖା ପାଖି ପନ୍ଦର ଜଣ ପୋଡ଼ଶୀ ଛତିଶଗଡ ରାଜ୍ୟର ବିଦ୍ୟାଳୟ ରେ ଅଧ୍ୟୟନ କରୁଛନ୍ତି, ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଓଡିଶା ଛତିଶଗଡ଼ ସୀମାନ୍ତ ରେ ଥିବା ରାଇଘର ବ୍ଲକ ସୀମାନ୍ତ ଗ୍ରାମ ଗୁଡିକରେ ଓଡିଶା ର ଶିକ୍ଷା ବ୍ୟବସ୍ଥା ପ୍ରତି ଏହି ମାନଙ୍କ ବିଶ୍ୱାସ ନାହିଁ, ଓଡିଶା ରେ ପାଠ ପଢିଲେ ଭବିଷ୍ୟତ ନାହିଁ, ଓଡିଶା ରେ ପାଠ ପଢ଼ା ଖର୍ଚ୍ଚ ଅଧିକ ଏହି ଭଳି ଯୁକ୍ତି ବାଢି ଛତିଶଗଡ ରେ ପାଠ ପଢିବା ପାଇଁ ଯାଉଥିବ ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ ଓ ଅବିଭାବକ। ସବୁଠାରୁ ଚିନ୍ତା ର ବିଷୟ ହେଲା ଓଡିଶା ରେ ବାସବାସ କରୁଥିଲେ ମଧ୍ୟ୍ୟ ଏମାନଙ୍କୁ ଓଡ଼ିଆ ଭାଷା ଜଣା ନାହିଁ। ବର୍ତ୍ତମାନ ଠାରୁ ସଚେତନ ନହେଲେ ବଳି ପଡିବ ଓଡ଼ିଆ ଅସ୍ମିତା ।
ଆମ ରାଜ୍ୟ ଓଡିଶା ସାରା ଭାରତରେ ଏମିତି ଏକ ରାଜ୍ୟ ଯାହା ଓଡ଼ିଆ ଭାଷା କୁ ନେଇ ଗଠନ ହୋଇଥିଲା, ଏକ ବିରାଟ ବିପ୍ଳବ ପରେ ୧୯୩୬ ମସିହା ରେ ଓଡିଶା ରାଜ୍ୟ ର ସୃଷ୍ଟି ହୋଇଥିଲା। ବର୍ତ୍ତମାନ ର ବିଜେପି ସରକାର ମଧ୍ୟ ଓଡ଼ିଆ ଅସ୍ମିତା ନିଜର ନିର୍ବାଚନ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାର ହୋଇଥିଲେ କିନ୍ତୁ ଏହି ସୀମାନ୍ତ ଅଂଚଳ ରେ ଥିବା କିଛି ଛାତ୍ର ଛାତ୍ରୀ ଆଜି ମଧ୍ୟ ନା ଓଡ଼ିଆ କହି ପାରନ୍ତି ନା ବୁଝି ପାରନ୍ତି । ସେମାନେ ଛାତ୍ର ଅବସ୍ଥା ରୁ ହିଁ ଓଡିଶା ତୁଳନାରେ ଛତିଶିଗଡ଼ ରାଜ୍ୟ ଉପରେ ଅଧିକ ନିର୍ଭର କରନ୍ତି। ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଛାତ୍ର ଛାତ୍ରୀ ଓ ଅବିଭାବକ ଙ୍କ ବିଶ୍ୱାସ ରହିଛି ଓଡିଶା ତୁଳନାରେ ଛତିଶଗଡ଼ ରେ କମ ଖର୍ଚରେ ଶିକ୍ଷା ଲାଭ କରିହେବ, ଶିକ୍ଷା ଲାଭ ପରେ ଶୀଘ୍ର ନିଯୁକ୍ତି ମିଳିବ ଏଣୁ ଓଡିଶା ରେ ପାଠ ନପଢି ଛତିଶଗଡ ରେ ପାଠ ପଢିବାକୁ ଉଚିତ ମନେ କରୁଛନ୍ତି।
ବିଦ୍ର :-ପାଠ ପଢିବା ସହ ଚାକିରି କରିବା ଆଶାରେ ଛତିଶଗଡ ମୁହାଁ ଓଡିଶା ସୀମାନ୍ତର ଅନେକ ଛାତ୍ର ଛାତ୍ରୀ