-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଶୁକ୍ରବାର ଦିନ ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ଶ୍ରମିକ ଙ୍କ କାର୍ଡ ଯାଞ୍ଚ ପ୍ରକ୍ରିୟା ଓ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମିକ ଙ୍କ ନୂତନ କାର୍ଡ ପାଇଥିବା ଓ ପୁରାତନ କାର୍ଡ ର ନବୀକରଣ ଉପରେ ଯାଞ୍ଚ କରାଯିବା ସହ ଶ୍ରମିକ ଙ୍କ ଭିତରେ ହେଉଥିବା ଜାଲିଆତି କୁ ରୋକିବା ଏବଂ ସରକାରଙ୍କ ବିଭିନ୍ନ ସହାୟତା ରାଶି ଉପରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକ ରାୟ, ବିଭାଗର ସହକାରୀ ଶ୍ରମ ଅଧିକାରୀ ଜ୍ୟୋତି ରଞ୍ଜନ ବାରିକ, ଙ୍କ ସମେତ , ଶ୍ରମିକ ନେତା ଅଶୋକ ମିଶ୍ର, ଅବକାଶ ସାହୁ,ଉପସ୍ଥିତ ଥିବା ବେଳେ ବ୍ଲକର ଆଡ଼େନିଗଡ଼, ବାଣୀ ଭୂଷଣ ପୁର,ତଳଗାଁ, ତିଲେଶ୍ଵର, ହରଭଙ୍ଗା, ଛତ୍ରଙ୍ଗ, ମହାଳିକ ପଡା, କୁସଙ୍ଗ, ସଂକୁଳେଇ, ଆଦି ବ୍ଲକର ବିଭିନ୍ନ ସ୍ଥାନରୁ ପ୍ରାୟ 400ରୁ ଉର୍ଦ୍ଧ ଶ୍ରମିକ ମାନେ ଯୋଗ ଦେଇଥିଲେ l