-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||     

HOME   ଜିଲ୍ଲା

ସମ୍ବଲପୁରୀ ଦିନ ପାଳିତ

02-Aug-2024



ବରଗଡ଼/ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)-ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ  ସିର୍ଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ ବିଶେଷ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଭାପତି ରାଜୁ ଘିବେଲା, ଡ. ପ୍ରମୋଦ ପାଢୀ, ନାଟ୍ଯକାର ଅଶୋକ ବହିଦାର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ,କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଓ ବିଭୁତି ପଟ୍ଟନାୟକ, ଅକ୍ଷୟ କୁମାର ପଣ୍ଡା , ସନ୍ତୋଷ ସିଂ ଠାକୁର, ସୁଶାନ୍ତ ମିଶ୍ର,କବି ଅଧିକାରୀ ସା, ରମଣୀରଞ୍ଜନ ବିଶ୍ବାଲ, ଭୀଷ୍ମଦେବ ସାହୂ, ଅବନିକାନ୍ତ ସାହୁ, ଆଖଣ୍ତଳ ଦାସ, ନରୋତ୍ତମ ଦାସ, ଆତ୍ମଘୋଷିତ ସ୍ବର୍ଗତ ମନରଞ୍ଜନ ସାହୁ, ଯୁବ କବି ପୌଲସ୍ତି ସାହା, ଗାଳ୍ପିକା ସୁଶ୍ରୀ ଜିତେଶ୍ବରୀ ଦାସ ଓ ପ୍ରଭାତ ସାହୁ ଉପସ୍ଥିତ ଥିଲେ।ଏହି ଅନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ, ସମ୍ବଲପୁରୀ ସାହିତ୍ୟ, ସଂସ୍କୃତି, ସଂଗୀତ ଓ କଳାର ପ୍ରସାର ଓ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ  ମଣ୍ଡଳର ବିଭିନ୍ନ ବ୍ୟକ୍ତିତ୍ୱ ତାଙ୍କର ଅଭିଭାଷଣରେ ସମ୍ବଲପୁରୀ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ସଂଗୀତ ପରିବେଷଣ ସହ କବିତା ପାଠ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ବେଶ ଆନନ୍ଦ ଓ ପ୍ରେରଣା ଦେଇଥିଲା। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୁତି ପଟ୍ଟନାୟକ ଓ ଦୁଃଖୀଶ୍ୟାମ ତ୍ରିପାଠୀ ଙ୍କ କଣ୍ଠ ସଙ୍ଗୀତ ଓ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଶିଶୁ କଳାକାର ମାନଙ୍କର ନୃତ୍ୟ ପରିବେଷିତ ହୋଇଥଲା ଓ ଦର୍ଶକ ମାନଙ୍କର ମନ ମୋହିଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା ଓ ସିର୍ଜିନା ପତ୍ରିକାର ଏକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା।ଶେଷରେ ରାଜେନ୍ଦ୍ର ମହାନ୍ତିଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପାହା ଚିହ୍ନା ସିର୍ଜିନା ର କଳାକାର ମାନଙ୍କ ଦ୍ବାରା ପରିବେଷିତ ହୋଇଥଲା।ଏହି ଆୟୋଜନ ସମ୍ବଲପୁରୀ ସଂସ୍କୃତି ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି କରିବା ଏବଂ ଏହି ସଂସ୍କୃତିକୁ ଆଗକୁ ବଢ଼ାଇବାର ଏକ ପ୍ରୟାସ ମାତ୍ର। ସମସ୍ତ କାର୍ଯ୍ୟରେ ଆଦିତ୍ୟ ରଥ, ଶେଷଦେବ ମେହେର, ପ୍ରମୋଦ ନାଥ, ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026
Qwert   28-Apr-2026
Jk   28-Apr-2026
  ଜିଲ୍ଲା  
କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼   28-Apr-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   28-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   28-Apr-2026
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026

You Might Also Like

                   
  ଜିଲ୍ଲା  

Qwert

   
  ଜିଲ୍ଲା  

Jk