-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରେସମିଟ୍

29-Jul-2024



ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରେସମିଟ୍

 

*ସମ୍ବଲପୁର ସହ ଓଡ଼ିଶାରେ ଆର୍ଥିକ, ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରରେ ହେବ ନୂତନ ସୂର୍ଯ୍ୟୋଦୟ - ସତୀଶ ଚନ୍ଦ୍ର ଦୁବେ*

 

 ୨୦୨୪-୨୫ ବର୍ଷରେ ଓଡ଼ିଶାକୁ ମିଳିଛି ୧ ଲକ୍ଷ ୨୫ ହଜାର ୪୪୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

 କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳିବାକୁ ଥିବା ଲାଭ ଉପରେ ଦେଲେ ବିସ୍ତୁତ ସୂଚନା  

 ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ କଲ୍ୟାଣରେ ହିଁ ଆଗକୁ ବଢିବ ଭାରତ 

 ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ 

 ସମ୍ବଲପୁର ସମେତ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ନୂଆ ଢାଂଚା ପ୍ରସ୍ତୁତ ହେବ 

 ସଡକ, ରେଳ ସମେତ ସମସ୍ତ କଲ୍ୟାଣକାରୀ ଯୋଜନାରେ ଓଡ଼ିଶାକୁ ମିଳିଛି ପ୍ରାଥମିକତା

 ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ସହ ବଦଳିବ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଚିତ୍ର 

 ଶିକ୍ଷା କ୍ଷେତ୍ରରେ ୪,୩୧୧.୩୫ କୋଟି ଟଙ୍କା ଯୁବପିଢିଙ୍କୁ ସଶକ୍ତ କରିବ

 ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ସହରର ବିକାଶ ପାଇଁ ହୋଇଛି ଯୋଜନା

 

ସମ୍ବଲପୁର/ଭୁବନେଶ୍ୱର, ୨୮.୦୭ – ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥାପନ ହୋଇଥିବା ବିକଶିତ ଭାରତ ବଜେଟରୁ କଳା, ସଂସ୍କୃତିର ସହର ସମ୍ବଲପୁର ସମେତ ଓଡ଼ିଶାରେ ଆର୍ଥିକ, ଉଦ୍ୟୋଗିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି ରବିବାର ସମ୍ବଲପୁର ଠାରେ ଏକ ପ୍ରେସମିଟକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ।

 

ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦୁବେ କେନ୍ଦ୍ରୀୟ ବଜେଟ୍ ଉପରେ ବିସ୍ତୁତ ଅବଗତ କରାଇବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ଲକ୍ଷ୍ୟରେ ବଜେଟ୍ ଉପସ୍ଥାପିତ କରାଇଯାଇଛି ବୋଲି କହିଛନ୍ତି । କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳୁଥିବା ଲାଭ ଉପରେ ସେ କହିଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ସାମିଲ କରି ଏହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ “ପୂର୍ବୋଦୟ” ନାମକ ଏକ ଯୋଜନା କରାଯାଇଛି । ଓଡ଼ିଶାର ଦର୍ଶନୀୟ ସ୍ଥାନ, ମନ୍ଦିର, ସ୍ମାରକୀ, ପ୍ରାକୃତିକ ସମ୍ପଦ, ବନ୍ୟଜନ୍ତୁ ଏବଂ ପ୍ରାଚୀନ ସାମୁଦ୍ରିକ ତଟ ଗୁଡିକର ବିକାଶ କରଯାଇ ଏସବୁକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ନିର୍ମାଣ କରାଯିବ । ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ ।

 

କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ର ନୂଆ ନୀତି ଅନୁଯାୟୀ ଆର୍ଥିକ, ଉଦ୍ୟୋଗିକ ଓ କୃଷି କ୍ଷେତ୍ରରେ ଓଡିଶାର ସ୍ଥିତି ଆହୁରି ମଜଭୂତ ହେବ । ବଜେଟରେ କୃଷି, କୃଷି ଉତ୍ପାଦିତ ସାମଗ୍ରୀ ବଢାଇବା ପାଇଁ ପଛୁଆ ବର୍ଗ, ଆଦିବାସୀ ସମୁଦାୟଙ୍କ କଲ୍ୟାଣ ଏବଂ ପୂର୍ବ ଭାରତର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି, ଯାହା ଦ୍ୱାରା ଓଡ଼ିଶାକୁ ଅଧିକ ଲାଭ ହେବ। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧ ଲକ୍ଷ ୨୫ ହଜାର ୪୪୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ଯାହା କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ନିଟ୍ ଆୟ ବଣ୍ଟନ ଠାରୁ ୧୦% ଅଧିକ । ୟୁପିଏ-୨ ସରକାରରେ ୨୦୦୯-୧୪ ଏବଂ ଏନଡିଏ ସରକାର ସମୟରେ ୨୦୧୪-୧୯ ମଧ୍ୟରେ ଟିକସ ହସ୍ତାନ୍ତର ପରିମାଣ ୧୨୨.୮୧% ବୃଦ୍ଧି ପାଇଛି, ଯାହା ଓଡ଼ିଶା ରାଜ୍ୟର ବିକାଶମୂଳକ ଆକାଂକ୍ଷାକୁ ସାକାର କରିବା ଦିଗରେ ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହାବ୍ୟତିତ ପିଏମ୍ ବିଶ୍ୱକର୍ମା ଯୋଜନାରେ ପଟ୍ଟଚିତ୍ର କାରିଗରୀ, ସମ୍ବଲପୁରୀ ଶାଢୀ ବୁଣାକାର, ଟେରାକୋଟା ଚିତ୍ରଶିଳ୍ପୀ ଭଳି ଓଡିଶାର ଅନ୍ୟାନ୍ୟ କାରିଗରଙ୍କୁ ସୁବିଧା ମିଳିବ । ଏହାଦ୍ୱାରା  ଓଡିଶା ନିଜର କଳା, ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହ ଆର୍ଥିକ କ୍ଷେତ୍ରରେ ସୁଦୃଢ ହୋଇପାରିବ ।  

 

ଏହି ବଜେଟରେ ବିଶେଷ କରି ନିଯୁକ୍ତି, ଦକ୍ଷତା, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହେଲେ ବିକାଶ ଓ ସୁଯୋଗ ବୃଦ୍ଧି ପାଇବ, ଯାହା ଓଡ଼ିଶାର ଯୁବପିଢ଼ିଙ୍କୁ ବେଶ୍ ଉପକୃତ କରିବ। ଶିକ୍ଷା ବଜେଟ୍ ନେଇ ଶ୍ରୀ ଦୁବେ କହିଛନ୍ତି ଯେ ମୋଦୀ ସରକାର ଶିକ୍ଷା କ୍ଷେତ୍ରରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ୪,୩୧୧.୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହା ଶିକ୍ଷା କ୍ଷେତ୍ରରେ ଯୁବପିଢିଙ୍କୁ ସହାୟକ ହୋଇଛି । ମୋଦୀ ସରକାର ଓଡିଶା ଦକ୍ଷତା ବିକାଶ ଯୋଜନା ପାଇଁ ୧୩୫.୩୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହାଦ୍ୱାର ଯୁବପିଢିଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ ଓଡିଶାକୁ ମନରେଗାରେ ୯ ହଜାର ୪୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୋଦୀ ସରକାର ମାଗଣା ବିଜୁଳି ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ଗାଁରୁ ସହର ସମସ୍ତ ଲୋକମାନେ ସୁବିଧା ପାଇପାରିବେ । ଏହି ଯୋଜନାରେ ୩୦୦ ୟୁନିଟ୍ ବିଜୁଳି ମାଗଣା ମିଳିବ । ଓଡିଶାକୁ ରେଳ ବଜେଟରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ୨୦୦୯-୧୪ ରୁ ୨୦୨୪ ମଧ୍ୟରେ ୧୨.୫ ଗୁଣା ଅର୍ଥାତ ୮୩୫ କୋଟିରୁ ବୃଦ୍ଧି କରି ୧୦,୫୮୬ କୋଟି ଟଙ୍କା କରାଯାଇଛି । ରେଳ ଲାଇନର ସଂଯୋଗୀକରଣ ଏବଂ ଉନ୍ନତି କ୍ଷେତ୍ରରେ ବିକାଶ କରାଯାଇପାରିବ । 

 

କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ମୋଦୀ ସରକାର ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାମ କରିବେ । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଏବଂ କଟକ ଭଳି ସହର ପାଇଁ ପରିବହନ ଭିତ୍ତିକ ବିକାଶ ଯୋଜନା ହୋଇଛି । ସହରରେ ପିଏମ ଆବାସ ଯୋଜନା ୨.୦ ଅନୁସାରେ  ସହରରେ ଗରିବ ଏବଂ ମଧ୍ୟମ ବର୍ଗୀୟ ଗରିବ ପରିବାରକୁ ଆବାସ ଯୋଗାଇବା ପାଇଁ ୧୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଶାରେ ବଢୁଥିବା ସହରିକରଣକୁ ସମର୍ଥନ କରାଯିବ । ଏଥିପାଇଁ ମୋଦୀ ସରକାର ୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ୨୪୧୯.୭୫ କୋଟି ମଞ୍ଜୁର କରିଛନ୍ତି ।

 

ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ୨୫ ହଜାର ଗ୍ରାମୀଣ ବସ୍ତି ଗୁଡ଼ିକୁ ଯାତାୟତକୁ ସୁଗମ କରାଯିବ । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନରେ ଆଦିବାସୀ ବହୁଳ ଗାଁ ଓ ଆକାକ୍ଷୀଂ ଜିଲ୍ଲାରେ ଆଦିବାସୀଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ୬୭ ହଜାର ଗାଁକୁ ସାମିଲ କରାଯିବ । ଏହା ଦ୍ୱାରା ୫ କୋଟି ଆଦିବାସୀଙ୍କୁ ଲାଭ ମିଳିବ । ସରକାରଙ୍କ ଫୋକସରେ ୪ ସମୂହ ଯଥା ଗରିବ, ମହିଳା, ଯୁବକ ଏବଂ ଅନ୍ନଦାତାମାନେ ବିଶେଷ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ୫ ବର୍ଷ ବଢ଼ାଇ ଦିଆଯାଇଥିବା ବେଳେ ଏହା ଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କୁ ଲାଭ ମିଳିବ । ବିକଶିତ ଭାରତ ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି । ମୋଦୀ ସରକାର ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ସମର୍ଥନରେ ୨୦୪୭ ସୁଦ୍ଧା ଦେଶର ସବୁଠାରୁ ଶକ୍ତିଶାଳୀ ଦେଶ ଭାରତ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶାରେ ୨୧ରୁ ୨୦ଟି ସିଟ୍ ମିଳିଛି । ଓଡ଼ିଶାବାସୀ ଯେଉଁ ସମ୍ମାନ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି ସେଥିପାଇଁ ସମସ୍ତଙ୍କ ଧନ୍ୟବାଦ । ଡବଲ ଇଞ୍ଜିନର ସରକାର ନିଶ୍ଚିତ ରୂପରେ ଓଡ଼ିଶାକୁ ସେହି ବିକାଶ ଶିଖରରେ ପହଞ୍ଚାଇବାକୁ ପ୍ରୟାସ କରିବ ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁବେ କହିଛନ୍ତି ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like