-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରେସମିଟ୍

29-Jul-2024



ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରେସମିଟ୍

 

*ସମ୍ବଲପୁର ସହ ଓଡ଼ିଶାରେ ଆର୍ଥିକ, ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରରେ ହେବ ନୂତନ ସୂର୍ଯ୍ୟୋଦୟ - ସତୀଶ ଚନ୍ଦ୍ର ଦୁବେ*

 

 ୨୦୨୪-୨୫ ବର୍ଷରେ ଓଡ଼ିଶାକୁ ମିଳିଛି ୧ ଲକ୍ଷ ୨୫ ହଜାର ୪୪୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

 କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳିବାକୁ ଥିବା ଲାଭ ଉପରେ ଦେଲେ ବିସ୍ତୁତ ସୂଚନା  

 ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ କଲ୍ୟାଣରେ ହିଁ ଆଗକୁ ବଢିବ ଭାରତ 

 ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ 

 ସମ୍ବଲପୁର ସମେତ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ନୂଆ ଢାଂଚା ପ୍ରସ୍ତୁତ ହେବ 

 ସଡକ, ରେଳ ସମେତ ସମସ୍ତ କଲ୍ୟାଣକାରୀ ଯୋଜନାରେ ଓଡ଼ିଶାକୁ ମିଳିଛି ପ୍ରାଥମିକତା

 ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ସହ ବଦଳିବ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଚିତ୍ର 

 ଶିକ୍ଷା କ୍ଷେତ୍ରରେ ୪,୩୧୧.୩୫ କୋଟି ଟଙ୍କା ଯୁବପିଢିଙ୍କୁ ସଶକ୍ତ କରିବ

 ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ସହରର ବିକାଶ ପାଇଁ ହୋଇଛି ଯୋଜନା

 

ସମ୍ବଲପୁର/ଭୁବନେଶ୍ୱର, ୨୮.୦୭ – ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥାପନ ହୋଇଥିବା ବିକଶିତ ଭାରତ ବଜେଟରୁ କଳା, ସଂସ୍କୃତିର ସହର ସମ୍ବଲପୁର ସମେତ ଓଡ଼ିଶାରେ ଆର୍ଥିକ, ଉଦ୍ୟୋଗିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି ରବିବାର ସମ୍ବଲପୁର ଠାରେ ଏକ ପ୍ରେସମିଟକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ।

 

ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦୁବେ କେନ୍ଦ୍ରୀୟ ବଜେଟ୍ ଉପରେ ବିସ୍ତୁତ ଅବଗତ କରାଇବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ଲକ୍ଷ୍ୟରେ ବଜେଟ୍ ଉପସ୍ଥାପିତ କରାଇଯାଇଛି ବୋଲି କହିଛନ୍ତି । କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳୁଥିବା ଲାଭ ଉପରେ ସେ କହିଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ସାମିଲ କରି ଏହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ “ପୂର୍ବୋଦୟ” ନାମକ ଏକ ଯୋଜନା କରାଯାଇଛି । ଓଡ଼ିଶାର ଦର୍ଶନୀୟ ସ୍ଥାନ, ମନ୍ଦିର, ସ୍ମାରକୀ, ପ୍ରାକୃତିକ ସମ୍ପଦ, ବନ୍ୟଜନ୍ତୁ ଏବଂ ପ୍ରାଚୀନ ସାମୁଦ୍ରିକ ତଟ ଗୁଡିକର ବିକାଶ କରଯାଇ ଏସବୁକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ନିର୍ମାଣ କରାଯିବ । ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ ।

 

କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ର ନୂଆ ନୀତି ଅନୁଯାୟୀ ଆର୍ଥିକ, ଉଦ୍ୟୋଗିକ ଓ କୃଷି କ୍ଷେତ୍ରରେ ଓଡିଶାର ସ୍ଥିତି ଆହୁରି ମଜଭୂତ ହେବ । ବଜେଟରେ କୃଷି, କୃଷି ଉତ୍ପାଦିତ ସାମଗ୍ରୀ ବଢାଇବା ପାଇଁ ପଛୁଆ ବର୍ଗ, ଆଦିବାସୀ ସମୁଦାୟଙ୍କ କଲ୍ୟାଣ ଏବଂ ପୂର୍ବ ଭାରତର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି, ଯାହା ଦ୍ୱାରା ଓଡ଼ିଶାକୁ ଅଧିକ ଲାଭ ହେବ। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧ ଲକ୍ଷ ୨୫ ହଜାର ୪୪୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ଯାହା କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ନିଟ୍ ଆୟ ବଣ୍ଟନ ଠାରୁ ୧୦% ଅଧିକ । ୟୁପିଏ-୨ ସରକାରରେ ୨୦୦୯-୧୪ ଏବଂ ଏନଡିଏ ସରକାର ସମୟରେ ୨୦୧୪-୧୯ ମଧ୍ୟରେ ଟିକସ ହସ୍ତାନ୍ତର ପରିମାଣ ୧୨୨.୮୧% ବୃଦ୍ଧି ପାଇଛି, ଯାହା ଓଡ଼ିଶା ରାଜ୍ୟର ବିକାଶମୂଳକ ଆକାଂକ୍ଷାକୁ ସାକାର କରିବା ଦିଗରେ ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହାବ୍ୟତିତ ପିଏମ୍ ବିଶ୍ୱକର୍ମା ଯୋଜନାରେ ପଟ୍ଟଚିତ୍ର କାରିଗରୀ, ସମ୍ବଲପୁରୀ ଶାଢୀ ବୁଣାକାର, ଟେରାକୋଟା ଚିତ୍ରଶିଳ୍ପୀ ଭଳି ଓଡିଶାର ଅନ୍ୟାନ୍ୟ କାରିଗରଙ୍କୁ ସୁବିଧା ମିଳିବ । ଏହାଦ୍ୱାରା  ଓଡିଶା ନିଜର କଳା, ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହ ଆର୍ଥିକ କ୍ଷେତ୍ରରେ ସୁଦୃଢ ହୋଇପାରିବ ।  

 

ଏହି ବଜେଟରେ ବିଶେଷ କରି ନିଯୁକ୍ତି, ଦକ୍ଷତା, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହେଲେ ବିକାଶ ଓ ସୁଯୋଗ ବୃଦ୍ଧି ପାଇବ, ଯାହା ଓଡ଼ିଶାର ଯୁବପିଢ଼ିଙ୍କୁ ବେଶ୍ ଉପକୃତ କରିବ। ଶିକ୍ଷା ବଜେଟ୍ ନେଇ ଶ୍ରୀ ଦୁବେ କହିଛନ୍ତି ଯେ ମୋଦୀ ସରକାର ଶିକ୍ଷା କ୍ଷେତ୍ରରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ୪,୩୧୧.୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହା ଶିକ୍ଷା କ୍ଷେତ୍ରରେ ଯୁବପିଢିଙ୍କୁ ସହାୟକ ହୋଇଛି । ମୋଦୀ ସରକାର ଓଡିଶା ଦକ୍ଷତା ବିକାଶ ଯୋଜନା ପାଇଁ ୧୩୫.୩୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହାଦ୍ୱାର ଯୁବପିଢିଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ ଓଡିଶାକୁ ମନରେଗାରେ ୯ ହଜାର ୪୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୋଦୀ ସରକାର ମାଗଣା ବିଜୁଳି ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ଗାଁରୁ ସହର ସମସ୍ତ ଲୋକମାନେ ସୁବିଧା ପାଇପାରିବେ । ଏହି ଯୋଜନାରେ ୩୦୦ ୟୁନିଟ୍ ବିଜୁଳି ମାଗଣା ମିଳିବ । ଓଡିଶାକୁ ରେଳ ବଜେଟରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ୨୦୦୯-୧୪ ରୁ ୨୦୨୪ ମଧ୍ୟରେ ୧୨.୫ ଗୁଣା ଅର୍ଥାତ ୮୩୫ କୋଟିରୁ ବୃଦ୍ଧି କରି ୧୦,୫୮୬ କୋଟି ଟଙ୍କା କରାଯାଇଛି । ରେଳ ଲାଇନର ସଂଯୋଗୀକରଣ ଏବଂ ଉନ୍ନତି କ୍ଷେତ୍ରରେ ବିକାଶ କରାଯାଇପାରିବ । 

 

କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ମୋଦୀ ସରକାର ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାମ କରିବେ । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଏବଂ କଟକ ଭଳି ସହର ପାଇଁ ପରିବହନ ଭିତ୍ତିକ ବିକାଶ ଯୋଜନା ହୋଇଛି । ସହରରେ ପିଏମ ଆବାସ ଯୋଜନା ୨.୦ ଅନୁସାରେ  ସହରରେ ଗରିବ ଏବଂ ମଧ୍ୟମ ବର୍ଗୀୟ ଗରିବ ପରିବାରକୁ ଆବାସ ଯୋଗାଇବା ପାଇଁ ୧୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଶାରେ ବଢୁଥିବା ସହରିକରଣକୁ ସମର୍ଥନ କରାଯିବ । ଏଥିପାଇଁ ମୋଦୀ ସରକାର ୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ୨୪୧୯.୭୫ କୋଟି ମଞ୍ଜୁର କରିଛନ୍ତି ।

 

ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ୨୫ ହଜାର ଗ୍ରାମୀଣ ବସ୍ତି ଗୁଡ଼ିକୁ ଯାତାୟତକୁ ସୁଗମ କରାଯିବ । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନରେ ଆଦିବାସୀ ବହୁଳ ଗାଁ ଓ ଆକାକ୍ଷୀଂ ଜିଲ୍ଲାରେ ଆଦିବାସୀଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ୬୭ ହଜାର ଗାଁକୁ ସାମିଲ କରାଯିବ । ଏହା ଦ୍ୱାରା ୫ କୋଟି ଆଦିବାସୀଙ୍କୁ ଲାଭ ମିଳିବ । ସରକାରଙ୍କ ଫୋକସରେ ୪ ସମୂହ ଯଥା ଗରିବ, ମହିଳା, ଯୁବକ ଏବଂ ଅନ୍ନଦାତାମାନେ ବିଶେଷ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ୫ ବର୍ଷ ବଢ଼ାଇ ଦିଆଯାଇଥିବା ବେଳେ ଏହା ଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କୁ ଲାଭ ମିଳିବ । ବିକଶିତ ଭାରତ ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି । ମୋଦୀ ସରକାର ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ସମର୍ଥନରେ ୨୦୪୭ ସୁଦ୍ଧା ଦେଶର ସବୁଠାରୁ ଶକ୍ତିଶାଳୀ ଦେଶ ଭାରତ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶାରେ ୨୧ରୁ ୨୦ଟି ସିଟ୍ ମିଳିଛି । ଓଡ଼ିଶାବାସୀ ଯେଉଁ ସମ୍ମାନ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି ସେଥିପାଇଁ ସମସ୍ତଙ୍କ ଧନ୍ୟବାଦ । ଡବଲ ଇଞ୍ଜିନର ସରକାର ନିଶ୍ଚିତ ରୂପରେ ଓଡ଼ିଶାକୁ ସେହି ବିକାଶ ଶିଖରରେ ପହଞ୍ଚାଇବାକୁ ପ୍ରୟାସ କରିବ ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁବେ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026

You Might Also Like