-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
27-Jul-2024
ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଏମ୍. ଇ ସ୍କୁଲ ପ୍ରାଙ୍ଗଣରେ ଶିକ୍ଷା ସପ୍ତାହ ଷଷ୍ଠ ଦିବସରେ ବିଦ୍ୟାଳୟର ୟୁଥ ଇକୋ କ୍ଲବ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି l ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପିଜୁଳି, ଆମ୍ବ, କଦଳୀ ଏବଂ ଜାମୁ ଗଛ ରୋପଣ କରାଯାଇଥିଲା l
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିର୍ମଳ ରଣା, ସହକାରୀ ଶିକ୍ଷକ ମନମୋହନ ସାହୁ, ସତ୍ୟଭାମା ସାହୁ ଏବଂ ସରିତା ବିଶୋଇ ବୃକ୍ଷରୋପଣ କାର୍ଯକ୍ରମରେ ସାମିଲ ହୋଇଥିଲେ l ଏହାପରେ ଇକୋ କ୍ଲବର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ "ବୃକ୍ଷରୋପଣ ଏବଂ ଜଳବାୟୁ ପରିବର୍ତନ" ଶୀର୍ଷକ ଆଲୋଚନାଚକ୍ରରେ ଶିକ୍ଷାର୍ଥୀ ଏବଂ ଶିକ୍ଷକ ମାନେ ନିଜର ମତାମତ ଉପସ୍ଥାପନା କରି, ବୃକ୍ଷରୋପଣର ମହାନତା ସମ୍ପର୍କରେ ଅବଗତ କରାଇଥିଲେ l