-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଜିଲ୍ଲା

ପଲ୍ଲିଶ୍ରୀକଥା ଖବରକାଗଜ ର ୧୧ ତମ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଗୋଶାଳା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ "ବନ ମହୋତ୍ସବରେ ମାଁ ଙ୍କ ପାଇଁ ଗଛଟିଏ" ଅଭିଯାନ ସହ ବୃକ୍ଷଚାରା ରୋପଣ, ପ୍ରତିଭା ସମ୍ମାନ ଏବଂ ବୀର ଜୱାନ୍ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ]

23-Jul-2024



 

ସମ୍ବଲପୁର -ଗୋଶାଳା  : (ସଂଜୀବପାଣିଗ୍ରାହୀ) : ଜାତୀୟ ସ୍ତରରେ ୭୫ତମ ବନ ମହୋତ୍ସବର "ମାଁ ଙ୍କ ପାଇଁ ଗଛଟିଏ " ଅଭିଯାନ ପରିପ୍ରେକ୍ଷୀରେ "ପଲ୍ଲିଶ୍ରୀ କଥା" ପାକ୍ଷିକ ଖବରକାଗଜର ଏକାଦଶ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଏବଂ ଗୋଶାଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତା:୨୨.୦୭.୨୦୨୪ (ସୋମବାର) ପୂର୍ବାହ୍ନରେ ସ୍ମୃତି ସମ୍ୱର୍ଦ୍ଧନା ସଭା, ବୃକ୍ଷଚାରା ରୋପଣ ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |
               " ପଲ୍ଲିଶ୍ରୀ କଥା " ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ସଭାପତିତ୍ୱ କରିଥିବା ବେଳେ ଧନକଉଡ଼ାବ୍ଲକ କଳାମାଟି ପଞ୍ଚାୟତ ର ସରପଞ୍ଚ ଡ଼ଃ ଶ୍ରୀମତୀ ସୁଷମା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ |
ଗୋଶାଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତାକାନ୍ତି ପାଣିଗ୍ରାହୀ ଓ ସମାଜସେଵୀ ଶ୍ରୀଯୁକ୍ତ ବାଳକୃଷ୍ଣ ସାହୁ ସମ୍ମାନୀତ ଅତିଥି ଭାବରେ ଏବଂ ବିଶିଷ୍ଟ ସାହିତ୍ୟିକ ଓ ପ୍ରଥିତ ଯଶା କବି ଶ୍ରୀଯୁକ୍ତ ସୁଶାନ୍ତ କୁମାର ଶତପଥି ମୁଖ୍ୟବକ୍ତା ଭାବରେ ଓ ସାମାଜିକ କର୍ମୀ ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍'ବୋଧନ ଦେଇଥିଲେ | ଦେଶର ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ, ଅମର ସହିଦ୍, ମୁକ୍ତି ସଂଗ୍ରାମୀ ମାନଙ୍କର ଅସୀମ ତ୍ୟାଗ ଓ ବଳିଦାନ ଫଳରେ ଦେଶ ସ୍ବାଧୀନ ହୋଇଥିବାରୁ ସେ ସମସ୍ତଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବା ଆମର ପରମ କର୍ତ୍ତବ୍ୟ ଏବଂ ସେମାନଙ୍କ ଜୀବନାଦର୍ଶରୁ ପ୍ରେରଣା ଗ୍ରହଣ କରି ନୂତନ ପିଢ଼ି ଦେଶ ଗଠନ କାର୍ଯ୍ୟରେ ନିଜକୁ ସମର୍ପିତ କଲେଯାଇ ମୁକ୍ତି ସଂଗ୍ରାମୀ ମାନଙ୍କର ସ୍ବପ୍ନର ଭାରତ ସାକାର ହୋଇପାରିବ ବୋଲି ଅତିଥି ମାନେ ନିଜ ଉଦ୍'ବୋଧନରେ କହିଥିଲେ |
               ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପଶ୍ଚିମାଞ୍ଚଳର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଗୋଶାଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସଂସ୍କୃତ ଭାଷାରେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଗାନ କରିଥିଲେ | ଆକାଶବାଣୀ ତଥା ଦୂରଦର୍ଶନର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ କାହ୍ନୁ କେଶବ ବହିଦାର୍ ପରିବେଶ ସୁରକ୍ଷା ଉପରେ ଏକ ସୁନ୍ଦର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ |
               ସମାରୋହରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ମାନଙ୍କୁ ସଭାପତି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ପଞ୍ଚପ୍ରଣ ଶପଥ ପାଠ କରାଇବା ପରେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ | ସହକାରୀ ଶିକ୍ଷକ ରୋମାଞ୍ଚଳ ବିଶ୍ୱାଳ, ଆଇମନ୍ ଫର୍'ହୀନ୍ ଓ ଯଶସ୍ବିନୀ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ମୁଖ୍ୟଅତିଥି ଡ଼ଃ ଶ୍ରୀମତୀ ସୁଷମା ସାହୁ ନିଜ ବକ୍ତବ୍ୟରେ "ମାଁ ଙ୍କ ପାଇଁ ଗଛଟିଏ" ଅଭିଯାନ ଓ ବନ ମହୋତ୍ସବ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ | ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରି ତାର ଉପଯୁକ୍ତ ଯତ୍ନ ଓ ରକ୍ଷଣା ବେକ୍ଷଣ କରିବାକୁ ସେ ପରାମର୍ଶ ଦେଇଥିଲେ |
                ବିଶିଷ୍ଟ ଅତିଥି କାରଗିଲ୍ ଯୁଦ୍ଧର ବୀରଯୋଦ୍ଧା ସୁବେଦାର୍ ମେଜର୍ ଶ୍ରୀଯୁକ୍ତ ଶିବ ନାରାୟଣ ବେହେରା ଙ୍କୁ ଉଚ୍ଛ୍ଵସିତ ସମ୍ୱର୍ଦ୍ଧନା ଜ୍ଞାପନ କରା ଯାଇଥିଲା | ପୂର୍ବରୁ ଅନୁଷ୍ଠିତ ଛାତ୍ରଛାତ୍ରୀ ମାନଙ୍କର ଦେଶାତ୍ମବୋଧକ ଗୀତ ଗାୟନ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ |
               ଉତ୍ସବରେ ଶ୍ରୀଯୁକ୍ତ କାହ୍ନୁ କେଶବ ବହିଦାର୍, ଶ୍ରୀମତୀ ଜୟପ୍ରଭା ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ ସୁଶ୍ରୀ ଆରାଧନା ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା | ଉତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର ଶୁଭଲକ୍ଷ୍ମୀ ହୋତା, ସଲିଳ ପାଣିଗ୍ରାହୀ, ସସ୍ମିତା ସାହୁ, କିରଣ ପ୍ରଧାନ, ଚୋଡ଼ଗଙ୍ଗ ବିଶ୍ୱାଳ, ଶୁଚିସ୍ମିତା ପାତ୍ର ପ୍ରମୁଖ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ | ସୁବେଦାର ମେଜର ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ, ସୁବେଦାର ଶ୍ରୀଯୁକ୍ତ ବିକାଶ ପଣ୍ଡା, ଶ୍ରୀମତୀ ସବିତା ମିଶ୍ର, ଶ୍ରୀମତୀ ତୃପ୍ତିମୟୀ ମିଶ୍ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ |
               ସାମୁହିକ ଜାତୀୟ ସଂଗୀତ ଗାନ ପରେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ସହଯୋଗୀ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମାରୋହ ଉଦ୍'ଯାପିତ ହୋଇଥିଲା |


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like