-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   (02-May-2026)       ||      ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||     

HOME   ଜିଲ୍ଲା

ପୌରାଞ୍ଚଳ ୱାର୍ଡ଼ କୋର୍ଡିନେଟରମାନଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ତିନି ଦଫା ଦାବି ନେଇ ଚଳିତ ୨୯ ରେ ବିଧାନସଭା ଚାଲ ଅଭିଯାନ

22-Jul-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସହରାଞ୍ଚଳ ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଓ ସହାୟତା ଯୋଗାଇଦେବା ପାଇଁ ମିଶନ୍ ଶକ୍ତି ଗ୍ରୁପ ମାନଙ୍କ ଦ୍ୱାରା ଚୟନ କରାଯାଇଥିବା ୱାର୍ଡ଼ କୋର୍ଡିନେଟର ମାନଙ୍କୁ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜନ କରାଯାଉନି କିମ୍ବା ଦରମା ଦିଆଯାଉନି ବୋଲି ଅଭିଯୋଗ କରି ଆଜି ସାରା ରାଜ୍ୟରେ ୱାର୍ଡ଼ କୋର୍ଡିନେଟର ମାନେ ଏକ ଜୁଟ ହୋଇ ପ୍ରତିବାଦ କରିଛନ୍ତି। ନିଖିଳ ଓଡ଼ିଶା ପୌର ୱାର୍ଡ଼ କୋର୍ଡିନେଟର ୟୁନିଅନ୍‌ର  ଡ଼ାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୱାର୍ଡ଼ କୋର୍ଡିନେଟର ମାନେ ବିଭିନ୍ନ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ସମ୍ମୁଖରେ ବିକ୍ଷୋଭ କରିବା ସହ ତିନି ଦଫା ଦାବି ନେଇ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ସେମାନଙ୍କର ଚାକିରୀ ଜନିତ ଅନିଶ୍ଚିତତାକୁ ଦୂର କରି କାର୍ଯ୍ୟରେ ନିୟୋଜିତ କରିବା ଦାବିରେ ଆସନ୍ତା ଜୁଲାଇ ୨୯ ତାରିଖ ଦିନ ବଜେଟ୍ ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପ୍ରକାରେ ସହରାଞ୍ଚଳ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇବାକୁ ମନୋନୀତ ହେବା ପରେ ୱାର୍ଡ଼ କୋର୍ଡିନେଟର ମାନେ ପ୍ରାୟ ଏକ ବର୍ଷ ଧରି ଏକରକମ ଅନିଶ୍ଚିତତା ଓ ମାନସିକ ଚାପ ରେ ରହିଛନ୍ତି। ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜିତ କରି ନ ଥିଲେ ମଧ୍ୟ ରାଜ୍ୟର ଅନେକ ୟୁଏଲ୍‌ବିରେ ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ଅନ ଔପଚାରିକ ଭାବେ ବିନା ଦରମାରେ ମାସ ମାସ ଧରି ନିୟୋଜିତ କରିଛନ୍ତି। ୟୁଏଲ୍‌ବି ପକ୍ଷରୁ ହୋଲଡ଼ିଂ ଟିକସ ଆଦାୟ ଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର ଓ ରାସନ କାର୍ଡ଼ ପ୍ରସ୍ତୁତି, ଟ୍ରେଡ଼୍ ଲାଇସେନ୍ସ୍‌, ମାସିକ ଭତ୍ତା ବଣ୍ଟନ, ନୂତନ ଏସ୍‌ଏଚ୍‌ଜି ଗଠନ, ଏସ୍‌ଏଚ୍‌ଜି ଗୃପ ମାନଙ୍କର ଡ଼ାଟା ଏଂଟ୍ରି, ପରିମଳ ଅନୁଧ୍ୟାନ, ଷ୍ଟ୍ରିଟ୍ ଲାଇଟ୍ ଅନୁଧ୍ୟାନ, ଗ୍ରେ ୱାଟର ନୋଟିସ୍ ବଣ୍ଟନ, ପିଏଚ୍‌ଡ଼ି ପାଣି ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ, ଆଇଏଚ୍‌ଏଲ୍ ସର୍ଭେ ଆଦି ବିଭିନ୍ନ ପ୍ରକାର ସରକାରୀ ସେବାରେ ନିୟୋଜିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରତି ମାସରେ ନିଜର ନିର୍ଦ୍ଧାରିତ ଦରମା ବା ପରି ପୋଷଣ କଥା ଛାଡ଼ନ୍ତୁ ଟଙ୍କାଟିଏ ବି ଦିଆଯାଉନି ବୋଲି ଅଭିଯୋଗ କରିଛି ସଂଘ । ୟୁଏଲବିର ନିର୍ବାହୀ ଅଧିକାରୀମାନେ ତୁମର ଦରମା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ବା ଚିଠି ଆସିନି ବୋଲି କହି ଏଡ଼େଇ ଚାଲିଛନ୍ତି। ଏଭଳି ପରିସ୍ଥିତିରେ ୱାର୍ଡ଼ କୋର୍ଡିନେଟର ଭାବେ ନିୟୋଜିତ ରାଜ୍ୟର ସହସ୍ରାଧିକ ଶିକ୍ଷିତ ଯୁବତୀ ନିଜର ୟୁନିଅନ୍ ମାଧ୍ୟମରେ ଗତ ମାସରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ସମାଧାନ ପାଇଁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି। ଏହି ପରିପ୍ରେକ୍ଷୀରେ ସେମାନେ ନିଜର ନ୍ୟାୟ ସଙ୍ଗତ ଦାବିକୁ ପୁଣିଥରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ୨୯ ତାରିଖ ଦିନ “ବିଧାନସଭା ଚାଲ” ଅଭିଯାନର ଡ଼ାକରା ଦେବାକୁ ବାଧ୍ୟ ହୋଇଛନ୍ତି। ଆଜି ୟୁନିଅନ୍ ପକ୍ଷରୁ ଏନଏସି, ପୌରପାଳିକା ସମ୍ମୁଖରେ ନିଜ ଦାବୀ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ନିଜର ଦାବୀକୁ ମନେପକାଇ ଦେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରାଜ୍ୟର ସମସ୍ତ ୟୁଏଲ୍‌ବିର ୱାର୍ଡ଼ କୋର୍ଡିନେଟର ମାନଙ୍କୁ ତୁରନ୍ତ ବିଧିବଦ୍ଧ ଭାବେ ତାଙ୍କ ପାଇଁ ନିର୍ଦ୍ଧାରିତ କାମରେ ନିୟୋଜିତ କରାଯିବାକୁ , ୱାର୍ଡ଼ କୋର୍ଡିନେଟର ମାନଙ୍କ ଦରମା ସମ୍ପର୍କରେ ରହିଥିବା ସମସ୍ତ ଅସ୍ପଷ୍ଟତାକୁ ଦୂର କରି ପ୍ରତି ମାସରେ ନିର୍ଦ୍ଧାରିତ ଦରମାକୁ ନିୟମିତ ଭାବେ ପ୍ରଦାନ କରାଯିବାକୁ ଏବଂ ଯେଉଁ ୟୁଏଲବି ମାନେ ପୂର୍ବରୁ ୱାର୍ଡ଼ କୋର୍ଡିନେଟର ମାନଙ୍କୁ କାମରେ ନିୟୋଜିତ କରି କୌଣସି ପାରଶ୍ରମିକ ବା ଦରମା ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ନିଜସ୍ୱ ପାଣ୍ଠିରୁ ଉପରୋକ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯିବା ତିନି ଦଫା ଦାବୀ ନେଇ ସଂଘ ଆଜି ରାଜ ରାସ୍ତା କୁ ଓହ୍ଲାଇଛି ବୋଲି ସଂଘ ର ନେତ୍ରୀ ମାନେ ମତ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   02-May-2026
  ରାଜ୍ୟ  
ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   02-May-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   02-May-2026
  ରାଜ୍ୟ  
ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   02-May-2026
  ଜିଲ୍ଲା  
ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   02-May-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ   02-May-2026
  ଜିଲ୍ଲା  
*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   02-May-2026
  ଜିଲ୍ଲା  
ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   02-May-2026
  ଜିଲ୍ଲା  
ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026

You Might Also Like