-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଯୁଯୁମୁରା ଥାନା ଜରାସିଂଗା ଗ୍ରାମରେ ଭୋଟର କାର୍ଡ ଜାଲିଆତି କରି ଜମି ବିକ୍ରି କରିଥିବା ଅଭିଯୋଗରେ ୨ ଗିରଫ

02-Jul-2024



ରେଢ଼ାଖୋଲ ( ଅନିଲ ପୃଷ୍ଟି ) ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଜରାସିଂଗା ଗ୍ରାମରେ ଭୋଟର କାର୍ଡ ଜାଲିଆତି କରି ଜମି ବିକ୍ରି କରିଥିବା ଅଭିଯୋଗରେ ମଙ୍ଗଳବାର ଅପରାହ୍ନ ୧ ଟା ସମୟରେ ୨ ଜଣଙ୍କୁ ଗିରଫ କରିଛି ଯୁଯୁମୁରା ପୋଲିସ । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସମ୍ବଲପୁର ସହରର ନକ୍ସାପାଲି ସୁଧିର ବେହେରା ଓ ଚାରମାଳ 
ଥାନା ଅନ୍ତର୍ଗତ ମୁଗପାଲ ଗ୍ରାମର ଦିଗାମ୍ବର ମିର୍ଦ୍ଧା ।  ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ମାନେ ଯୁଯୁମୁରା ତହସିଲ ଅନ୍ଧାରୀ ଗ୍ରାମର ପ୍ରଫୁଲ୍ଲ ରାଣାଙ୍କ ଜରାସିଙ୍ଗା ମୈାଜା ଖାତା ନଂ ୪ ରେ ୪ ଏକର ୫୩ ଡିସିମିଲ ଜମିକୁ ସମ୍ବଲପୁରର ଜଗଦିଶ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରେ ଜାଲ କାଗଜପତ୍ର କରି ବିକ୍ରି କରିଛନ୍ତି ।  ଏନେଇ ଜମି ମାଲିକ ପ୍ରଫୁଲ୍ଲ ରଣା ଗତ ମେ ମାସରେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି  ଜାଣିବାକୁ ପାଇଲା ଯେ ଜମିର ମାଲିକ ପ୍ରଫୁଲ୍ଲ ରାଣା ଙ୍କ ନାମରେ ଦିଗାମ୍ବର ମିର୍ଦ୍ଧା ନାମକ ଜଣେ ବୃଦ୍ଧ ବ୍ୟକ୍ତି ଜାଲ ଭୋଟର କାର୍ଡ ଓ ଅନ୍ୟ ସବୁ କାଗଜପତ୍ର ବାହାର କରି ନିଜେ ସେହି ଜମିର ମାଲିକ ଦର୍ଶାଇ ଗତ ୨୦୨୨ ମସିହା ନଭେମ୍ବର ମାସ ୨୨ ତାରିଖରେ ସମ୍ବଲପୁର ରେଜେଷ୍ଟ୍ରି ଅଫିସରେ ଜଗଦିଶ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲା ଏନେଇ ପୋଲିସ ତଦନ୍ତ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନକ୍ସାପାଲିର ସୁଧିର ବେହେରା ନାମକ ଜଣେ ଜମି ଦଲାଲ ଏହି ଜମି ଜାଲିଆତିର ମାଷ୍ଟର

ମାଇଣ୍ଡ ବୋଲି ଜାଣିବାକୁ ପାଇ ଛାନଭିନ କରି  ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଜମିକୁ ଦଲାଲ ମାନେ ୫୦ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ସେଥିରୁ ସମ୍ବଲପୁର ଡିସିବି ବ୍ୟାଙ୍କ ରେ ଦିଗାମ୍ବର ମିର୍ଦ୍ଧାଙ୍କ ନାମରେ ୬ ଲକ୍ଷ ୫୦ ହଜାର ଟଙ୍କା ଫିକ୍ସ ଡିପୋଜିଟ କରିଥିବା ବେଳେ ସୁଧିର ବେହେରା ମୁଥୁଡ ଫାଇନାନ୍ସ କମ୍ପାନୀରେ କିଛି ସୁନା କିଣି ବନ୍ଧା ଦେଇଛି ଏବଂ ଏକ ବୁଲେଟ ମଧ୍ୟ କିଣିଥିବା ଜଣାପଡିଛି ଯାହା ପୋଲିସ ଉକ୍ତ ବୁଲେଟ କୁ ଜବତ କରିଛି । ଏଥିରେ ଅନ୍ୟ ସହଯୋଗୀ କେଉଟିବାହାଲି ଗ୍ରାମର ଜ୍ଞାନେନ୍ଦ୍ର ପଣ୍ଡା ୩ ଲକ୍ଷ ଟଙ୍କା ନେଇ ଥିବା ବେଳେ ଭଗବାନ ସବର ୧ ଲକ୍ଷ ୫୦ ହଜାର ଟଙ୍କା ଭାଗ ନେଇଥିବା ଜଣାପଡିଛି । ତେବେ ଜ୍ଞାନେନ୍ଦ୍ର ପଣ୍ଡା ଓ ଭଗବାନ ସବର ଫେରାର ଥିବାବେଳେ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଏସଡିପିଓ ପ୍ରଶାନ୍ତ ମେହେର ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like