-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
କଟକ: ସାମାଜିକ ସଂଗଠନ ସଞ୍ଜୀବନି ସେବା ଫାଉଣ୍ଡେସନର ନବବିବାହିତ ନବ ଦମ୍ପତି ସଂଗ୍ରାମ କେଶରୀ ନାଥ ଏବଂ ସୁଭାଶିନୀ ନାଥଙ୍କ ଦ୍ୱାରା କଟକ ଜିଲ୍ଲା ଅସୁରେଶ୍ୱର ସ୍ଥିତ ମଦର ଟେରେସା ମୁକ ବଧିର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆ ପାଠ୍ୟ ଉପକରଣ ବଣ୍ଟନ ସହ ବୃକ୍ଷରୋପଣ କରାଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ସମସ୍ତେ ଖୁସି ବାଣ୍ଟିଥିଲେ l କାଯ୍ୟକ୍ରମରେ ସଞ୍ଜିବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ, ସମ୍ପାଦକ ବିକ୍ରମ କେଶରୀ ନାଥ,ସଦସ୍ୟ ସରୋଜ କୁମାର ସେଠୀ, ଶୁଭଶ୍ରୀ ମହାପାତ୍ର, ତୃପ୍ତିମୟୀ ଦାସ, ସନ୍ତୋଷ କୁମାର ମଣ୍ଡଳ, ଚିନ୍ମୟୀ ପ୍ରଧାନ,ମନୋଜ କୁମାର ନାୟକ,ଅରୁଣ କୁମାର ବେହେରା,ପରିବେଶବିତ ନିରଞ୍ଜନ ସାହୁ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ କର୍ମଚାରି ଉପସ୍ଥିତଥିଲେ l