-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
କଣ୍ଟାମାଳ/ଶଗଡା(ପ୍ରେରଣା ଖବର):ସରକାର ଗମନା ଗମନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତା ସୁବିଧାରୁ ଲୋକେ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି | ସୂଚନା ଅନୁସାରେ ମନମୁଣ୍ଡା ଥାନା ରକ୍ସା (ଦହ୍ୟା ) ପଞ୍ଚାୟତ କାଦୋପଦର ନିକଟରେ ନିର୍ମାଣ ହୋଇଥିବା ରେଲୱେ ବାଇପାସ୍ ରାସ୍ତା ରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହିବା ସହ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହେଉଛି | ପାଣି ଯୋଗୁଁ ସାଧାରଣ ଲୋକେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି | ରାସ୍ତାରେ ପାଣି ଜମି ରହିବା ସହ ଅସମ୍ପୂର୍ଣ୍ଣ କାଦୁଅ ରାସ୍ତା ଯୋଗୁଁ ଆଜି ଅନେକ ଦୁର୍ଘଟଣା ଘଟି କିଛି ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି | ସୂଚନା ଥାଉ କି ଉକ୍ତ ରାସ୍ତାକୁ ଉଭୟ ପାର୍ଶ୍ବରେ ୱାଲ୍ ଦେଇ ମରାମତି କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ | ହେଲେ ପ୍ରଶାସନ ଶୁଣି ନ ଥିଲା | ଯାହାର ପରିଣାମ ଆଜି କାଦୋପଦର୍ ଗ୍ରାମର ଲୋକେ ଭୋଗୁଛନ୍ତି | ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ୱାଲ୍ ନିର୍ମାଣ ସହ ପାଣି ନିଷ୍କାସନର କରିବାର ବ୍ୟବସ୍ଥା କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି |