-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
କଣ୍ଟାମାଳ (ପ୍ରେରଣା ଖବର ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନୁମୁଣ୍ଡା ଷ୍ଟେଟବ୍ୟାଙ୍କ ବ୍ରାଞ୍ଚରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଏସ୍ ବି ଆଇ ର ରିଯୋନାଲ ମେନେଜର, (ଫୁଲବାଣୀ ଓ ବୌଦ୍ଧ ଶାଖାର)ପ୍ରକାଶ ଗୋଛ।ୟତ, ରିଜୋନାଲ ଚିପ୍ ମେନେଜର ସିଦ୍ଧାର୍ଥ ପତି, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଦୁର୍ଗା ଦତ୍ତ ଦାଶ, ବ୍ଲଡ ସେଣ୍ଟର ଅଧିକାରୀ ଡ଼ା ମାନସ ଦାଶ, ଜିଲ୍ଲା ରକ୍ତ ଦାତା ସେବାସଂଘ ସଭାପତି ମନୋଜ ପଣ୍ଡା, ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଶୟଦ ଅଲିବୁଲ୍ ଇସଲାମ, ସମାଜସେଵୀ ସୁବାସ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା ଉପସ୍ଥିତ ରହି ରକ୍ତଦାତାଙ୍କ ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମନୁମୁଣ୍ଡା ଅଂଚଳର ବିଶିଷ୍ଟ ବ୍ୟବସାୟୀ ଆଶିଷ ସାହୁଙ୍କ ସମେତ ମନୁମୁଣ୍ଡା ଡ୍ରାଇଭର ସଙ୍ଘ, ସାମ୍ବାଦିକ ସଂଘ, ୱେବ୍ ମିଡ଼ିଆ ସଂଘ ବୌଦ୍ଧ, ପୋଲିସ୍ ପ୍ରଶାସନ ଓ ଜନ ସାଧାରଣଙ୍କ ସହଯୋଗ ହେତୁ ରକ୍ତଦାନ ଶିବିର ଶାଫଲ୍ୟ ହୋଇଛି ବୋଲି ବ୍ୟାଙ୍କ ମେନେଜର ବାଳ ଗୋପାଳ ନାୟକ କହିଛନ୍ତି। ଅନ୍ୟପଟେ ସମସ୍ତ ରୋଗୀଙ୍କୁ ରକ୍ତର ଅଭାବକୁ ଦୂରେଇବା ଓ ବ୍ୟାପକ ରକ୍ତ ଦାନ ପ୍ରତି ସଚେତନ ସୃଷ୍ଟି ଉଦ୍ଦେଶ୍ୟ ରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଅଛି ବୋଲି ଶାଖାର ମ୍ୟାନେଜର ବାଳ ଗୋପାଳ ନାୟକ ସୂଚନା ଦେଇଛନ୍ତି।ସୋନପୁର ଜିଲ୍ଲାର ରକ୍ତ କେନ୍ଦ୍ରର କର୍ମଚାରୀଙ୍କ ଦ୍ଵାରା ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସମାଜ ସକାଶେ ସମର୍ପିତ ୩ ଜଣ ଡ଼ାକ୍ତର ଦୁର୍ଗାଦତ୍ତ ଦାଶ, ଡା ମାନସ ଦାଶ,ଓ ଡ଼ା ସରୋଜ ପଟେଲ ଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।