-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
(ରବିକୁମାର ଶର୍ମା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ହନୁମାନ ବାଟିକା ସରସ୍ବତୀ ଶିଶୁମନ୍ଦିର ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ୨୦୦ ରୁ ଉର୍ଦ୍ଧ ମହିଳା, ଏବଂ ଯୁବତୀ ଯୋଗଦାନ ଦେଇଥିଲେ I ରାଣୀ ଅହଲ୍ୟାବାଇ ଙ୍କ ୩୦୦ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା I ଏହି ସମିଳନୀ ରେ କଲିକତା କ୍ଷେତ୍ର ମାତୃଶକ୍ତି ସଂଯୋଜିକା ସୁଶ୍ରୀ ଝରଣା ଜେନା ଅଭିଭାଷଣ ରଖିଥିଲେ I ଗଞ୍ଜାମ ଜିଲ୍ଲା ଦୁର୍ଗାବାହିନୀ ସଂଯୋଜିକା ସୁଶ୍ରୀ ହରପ୍ରିୟା ବିଜୁଳି ପରିଚାଳନା କରିଥିଲେ I ବେଗୁନିଆପଡା ପ୍ରଖଣ୍ଡ ମାତୃଶକ୍ତି ଶ୍ରୀମତୀ ପ୍ରାଣୀତା ସାହୁ l ଗଞ୍ଜାମ ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ସମ୍ପଦକ ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା ପରିଚୟ ପ୍ରଦାନ କରିଥିଲେ I ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅଜିତ କୁମାର ମହାପାତ୍ର ବିଶ୍ଵହିନ୍ଦୁ ପରିଷଦ ର ସ୍ଥାପନ ଏବଂ ଉଦ୍ୱେଷ ବିଷୟରେ ବର୍ଣନା କରିଥିଲେ l ବେଗୁନିଆପଡା ପ୍ରଖଣ୍ଡ ସଭାପତି ମାନନୀୟ ବାନାମ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସମିଳନୀ ରେ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ଶ୍ରୀ କେଦାର ନାଥ ସାହୁ ବୈଠକ ର ଆୟୋଜନ କରିଥିଲେ I ଗଞ୍ଜାମ ଜିଲ୍ଲା,ନଗର, ପ୍ରଖଣ୍ଡ ସ୍ତରର ଅଧିକାରୀ ବୃନ୍ଦ, ବ୍ରହ୍ମହପୁର ନଗର ସଭାପତି ଡ଼କ୍ଟର ଅମରେନ୍ଦ୍ର ସାହୁ ବେଗୁନିଆପଡା ପ୍ରଖଣ୍ଡ ସମ୍ପାଦକ ଶ୍ରୀ ପ୍ରାଣବ କୁମାର ସଥପତି, ବ୍ରହ୍ମପୁର ଜଗନ୍ନାଥ ଉପନଗର ର ସଭାପତି ଶ୍ରୀ ରଞ୍ଜିତ ପାତ୍ର ସମସ୍ତ କାର୍ଯ୍ୟକର୍ତ୍ତା ଗ୍ରାମୀଣ କ୍ଷେତ୍ରରେ ସତସଙ୍ଗ ପ୍ରତିଷ୍ଠା କରିବା ପାଇଁ ଇଛା ପ୍ରକାଶ କରିଥିଲେ l