-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ବ୍ଳକ ଅଧିନସ୍ତ ନକଟାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ କର୍ତ୍ତବ୍ୟରତ ଦୁଇ ଶିକ୍ଷକଙ୍କ ଅନୁପସ୍ଥିତ ଯୋଗୁଁ ଆଜି ଡେପୁଟେସନରେ ଆସିଥିବା କୁହିବାହାଲ ସ୍କୁଲର ଜଣେ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଚାଲିଥିବା ଜଣାପଡିଛି ।ସୂଚନା ଯୋଗ୍ୟ କିଛି ଦିନ ତଳେ ଏହି ସ୍କୁଲର ସ୍ଥାୟୀ ଶିକ୍ଷକ ଘନଶ୍ୟାମ ମୁଦୁଲି ବାଉଁଶୁଣି ଗ୍ରାମର ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ମରଣାତ୍ମକ ଆକ୍ରମଣ କରିବା ଅଭିଯୋଗରେ ଫେରାର ମାରିଥିବା ବେଳେ ଉକ୍ତ ସ୍କୁଲର ଅନ୍ୟ ଏକ ଶିକ୍ଷକ ବଟକୃଷ୍ଣ ଭୋଇ ଆଜି ଛୁଟି ନେଇ ଇଗନୋ ପରୀକ୍ଷା ଦେବାକୁ ଯାଇଥିଲେ ।ଫଳରେ ଉକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ ପାଇଁ ବର୍ତମାନ ଡେପୁଟେସନ ଶିକ୍ଷକଙ୍କ ଭରସାରେ । ପ୍ରକାଶ ଥାଉକି ଅଭିଯୁକ୍ତ ଶିକ୍ଷକ ଘନଶ୍ୟାମ ନିଜର ସ୍ବାସ୍ଥ୍ୟ ସମସ୍ୟା ନେଇ ୧୫ଦିନର ଛୁଟି ମାଗିଥିଲେ ।ହେଲେ ବିଇଓ ଉକ୍ତ ଛୁଟିକୁ ନାମଞ୍ଜୁର କରିଥିଲେ ।ଅଭିଯୁକ୍ତ ଶିକ୍ଷକ ଦୁଇଦିନ ହେଲା ସ୍କୁଲରେ ଯୋଗଦାନ କରି ନାହାନ୍ତି । ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଖାନତଲାସ ଜାରି ରହିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।ସଂପୃକ୍ତ ଶିକ୍ଷକ ଗିରଫ ହେବାପରେ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିନିକା ଗୋଷ୍ଟି ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ସୂଚନା ଦେଇଛନ୍ତି । ମନ୍ଦିର ପରି ପବିତ୍ର ଶିକ୍ଷାନୁଷ୍ଠାନ ହେଉଛି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ମୁଖଶାଲା।ଯଦି ଏଭଳି ଶିକ୍ଷାନୁଷ୍ଠାନ ରେ ଏମିତି ରସକିଆ ଶିକ୍ଷକ ରୁହନ୍ତି ତେବେ ଶିକ୍ଷାଦାନ କିପରି ଚାଲୁଥିବ ତାହା ସହଜେ ଅନୁମେୟ ।ତେଣୁ ଚର୍ଚ୍ଚାର ପରିସରକୁ ଆସିଥିବା ଉକ୍ତ ଶିକ୍ଷକଙ୍କ କଳାକାରନାମା ପ୍ରତି ଅଭିଭାବକ,ଅଭିଭାବିକା ତଥା ଜନସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।ଅନ୍ୟ ପକ୍ଷରେ ଥାନାରେ ଅଭିଯୋଗ ହେବାର ୫ଦିନ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କୁ ପୋଲିସ କାହିଁକି ଗିରଫ କରିପାରୁ ନାହିଁ ସେନେଇ ପୋଲିସର ଭୂମିକା କୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି ।