-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ନିକଟସ୍ଥ ଲାଇନଜୁରୀ ଠାରେ ଗତକାଲି ଏକ କାର ଧକ୍କା ରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତକ ଜଣକ ଆଗଲପୁର ବ୍ଲକ ଡୁମେର ପାଲି ଗ୍ରାମର ପ୍ରସନ ସେଠ୍, ବୟସ ୪୦ l ପେଶାରେ ସେ ଜଣେ ଶିକ୍ଷକ ବୋଲି ଜଣାପଡିଛି l ସୂଚନା ମୁତାବକ ପ୍ରସନ୍ନ ତାଙ୍କ ପଲସର ବାଇକ ନମ୍ବର OD 03 ର 1155 ରେ ଲୋଇସିଂହା ରୁ ତାଙ୍କ ଗାଁ ଡୁମେର ପାଲି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବଲେନୋ କାର ନମ୍ବର OD 02 BP 4621 ପ୍ରସନ ଙ୍କୁ ଧକ୍କା ଦେଇଥିଲା l ଗୁରୁତର ଅବସ୍ଥାରେ ପ୍ରସନ ଙ୍କୁ ଲୋଇସିଂହା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା l ପରେ ଉଚ୍ଚ ଚିକିତ୍ସା ନିମନ୍ତେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ପ୍ରସନ ଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ପ୍ରକାଶ l ଲୋଇସିଂହା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଦୁର୍ଘଟଣା ଗ୍ରସ୍ତ ଉଭୟ କାର ଓ ବାଇକ କୁ ଜବତ କରି ତଦନ୍ତ ଜାରି ରଖିଛି l