-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
25-Jun-2024
ବଲାଙ୍ଗୀର, ସମ୍ବଲପୁରର ଆଇଆଇଏମ୍ ରେ ଏଡମିସନ୍ ପାଇଁ ଯୋଗ୍ୟ ବିବେଚିତ ହୋଛନ୍ତି ବଲାଙ୍ଗୀର ସିଏନସି କଲେଜର ମେଧାବୀ ଛାତ୍ରୀ ନିକ୍କି ସର୍ମା । ୨ଠ୨୦ ମସିହାରେ ନିକ୍କି ସର୍ମା ଯୁକ୍ତ ୨ କମର୍ସରେ ୮ଠ ପ୍ରତିଶତ ମାର୍କ ରଖି ନିଜର ପ୍ରତିଭାର ପରିଚୟ ଦେଇ ପାରିଥିବା ବେଳେ ୨ଠ୨୩ ମସିହାରେ ସିଏନସି କଲେଜରୁ ବିକମ୍ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କ୍ସନ୍ ରେ ପାସ୍ କରି ନ ଯେ କେବଳ ସିଏନସି କଲେଜ ବଂର ସାରା ବଲାଙ୍ଗୀର ପାଇଁ ଗୌରବ ଆଣି ଦେଇଛନ୍ତି । କେବଳ ସେତିକି ନୁହେଁ, ୨୦୨୩ ମସିହାରେ ନିକ୍କିି ସର୍ମା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ଟପ୍ପର ହେବା ସହ ସି.ଜିପିଏ ରେ ୯.୪୧ ପ୍ରତିଶତ ମାର୍କ ରଖଛନ୍ତି । ନିକ୍କି ଙ୍କ ଏହି ସଫଳତା ଯୋଗୁଁ ସିଏନ୍ ସି କଲେଜର ର ନିର୍ଦ୍ଦେଶକ ଙ୍କ ସମେତ ସମସ୍ତ ଅଧଯୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନ କାରିଛନ୍ତି ।